State

ତିତଲୀ: 4 ଜିଲ୍ଲାରେ ରେଡ ୱାର୍ଣ୍ଣିଙ୍ଗ, ସମସ୍ତ ବନ୍ଦରରେ 4 ନମ୍ବର ବିପଦ ସଂକେତ, ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା

ବାତ୍ୟା ତିତଲୀ କୁ ଦୃଷ୍ଟିରେ ରଖି 4 ଟି ଜିଲ୍ଲାରେ ରେଡ ୱାର୍ଣ୍ଣିଙ୍ଗ ଜାରୀ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି ଗଂଜାମ, ଗଜପତି, ପୁରୀ ଓ ଜଗତସିଂହପୁର ।  ଏହି ଜିଲ୍ଲା ଗୁଡିକ ବାତ୍ୟା ତିତଲୀ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗୋପାଳପୁରଠାରୁ 300 କିଲୋମିଟର ଦୂରରେ ବାତ୍ୟାର ସ୍ଥିତି ଥିବା ଜଣା ପଡିଛି. ରାଜ୍ୟର ସମସ୍ତ ବନ୍ଦରରେ 4 ନମ୍ବର ବିପଦ ସଂକେତ ଦିଆଯାଇଛି ।

11 ତାରିଖ ସକାଳ ସୁଦ୍ଧା ବାତ୍ୟା ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟ ଦେଇ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 150 କିଲୋମିଟର ରହିପାରେ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଏହାର ପ୍ରଭାବରେ ଚାଳଘର ଉଡି ଯାଇ ପାରେ ଏବଂ ବିଦ୍ୟୁତ୍ ଖୁଂଟ, ଗଛ ଉପୁଡି ଯିବାର ଆଶଙ୍କା ରହିଛି । ବାତ୍ୟାର ପ୍ରଭାବ ଯୋଗୁଁ ସମୁଦ୍ରରେ ଏକ ମିଟର ଉଚ୍ଚର ଜୁଆର ଆସିପାରେ । 

ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଭାରତୀୟ ନୌସେନା ଓ ବାୟୁସେନା କୁ ସତର୍କ ରହିବାକୁ ନିର୍ଦେଶ ଦିଆ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି ।

ଏନଡିଆରଏଫ ଓ ଓଡ୍ରାଫ ଟିମ ଗୁଡିକୁ ବିଭିନ୍ନ ଉପକୂଳବର୍ତ୍ତୀ ଅଂଚଳକୁ ପଠାଯାଇଛି । ବିଭିନ୍ନ ଅଂଚଳରେ ବର୍ଷା ପ୍ରବଳ ଆରମ୍ଭ ହୋଇଥିବା ସୂଚନା ମିଳୁଛି । 

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top