Twin City

ୱାଇଫାଇ ସହର ହେବ ରାଜଧାନୀ

ଭୁବନେଶ୍ବରର କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟ ବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲ୍‌କୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ। ସମସ୍ତ ଲୋକଙ୍କୁ ମାଗଣାରେ ଇଣ୍ଟରନେଟ୍ ସୁବିଧା ମିଳିବ | ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ‘ଭୁବନେଶ୍ବର ମି ୱାଇଫାଇ’ ପ୍ରକଳ୍ପ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନରେ ଏହାକୁ ଉଦ୍‌ଘାଟନ କରିବେ। |

ସୂଚନା ଅନୁଯାୟୀ, ଏଥିରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଣ୍ଟା ମାଗଣା ଇଣ୍ଟରନେଟ୍ ସୁବିଧା ମିଳିବ। |ପୂରା ରାଜଧାନୀକୁ ୱାଇଫାଇ ସହର କରିବା ପାଇଁ ୫୦୦ଟି ୱାଇଫାଇ ସ୍ପଟ୍ ନିର୍ମାଣ ହେବ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top