National International

୨୧ ବର୍ଷର ବୋହୂକୁ ବାହାହେଲେ ୬୫ ବର୍ଷର ବୃଦ୍ଧ ଶ୍ୱଶୁର

ବିହାରର ସମସ୍ତିପୁର ଅଂଚଳରେ ଘଟିଛି ଏକ ଅଦ୍ଭୁତ ବିବାହ । ପୁଅ ବାହାଘର ପାଇଁ ବରଯାତ୍ରୀ ନେଇ ସମସ୍ତିପୁର ଯାଇଥିଲେ ୬୫ ବର୍ଷ ବୟସ୍କ ପିତା ରୋଶନ୍ ଲାଲ୍ । ସେଇ ଅଂଚଳର ୨୧ ବର୍ଷ ବୟସ୍କା କନ୍ୟା ସ୍ୱପ୍ନାଙ୍କ ସହ ପୁଅ ବାହା ହୋଇଥାନ୍ତା । ପୂର୍ବରୁ ପୁଅର ଆଉ ଜଣେ ଝିଅ ସହିତ ପ୍ରେମ ସମ୍ପର୍କ ଥିଲା । ବରଯାତ୍ରୀ କନ୍ୟା ଘରେ ପହଂଚିବା ପରେ ପୁଅ ତା ପ୍ରେମିକା ସହିତ ପଳାଇଯାଇଥିଲା ।

କନ୍ୟାର ପିତା ନିଜ ସମ୍ମାନ ବଂଚାଇବାକୁ ଯାଇ କନ୍ୟାର ଶ୍ୱଶୁରଙ୍କ ସହ ବାହା କରାଇବାକୁ ନିଷ୍ପତି ନେଇଥିଲେ । ବିନା କୌଣସି ପ୍ରତିବାଦରେ ଶ୍ୱଶୁର କନ୍ୟାକୁ ବୋହୂ କରିବା ପରିବର୍ତ୍ତେ ନିଜର ଜୀବନସାଥୀ କରିଥିଲେ । ବୟସର ତୁଳନା ଦୃଷ୍ଟିରୁ ଏହା ନିଶ୍ଚିତ ଏକ ଲଜ୍ଜା ଏବଂ ଚର୍ଚ୍ଚାର ବିଷୟ ପାଲଟିଯାଇଛି ସମସ୍ତିପୁର ଅଂଚଳରେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top