State

୧୨ ଦିନ ପରେ ମିଳିଲା ଶବ

ଠାକୁରଗଡ ଥାନା ଅନ୍ତର୍ଗତ ରାଣୀବନ୍ଧ ଗ୍ରାମର ୧୨ ଦିନ ପୂର୍ବରୁ ମାଛ ମାରିବାକୁ କହି ଘରୁ ବାହାରି ଯାଇଥିବା ୨ ଯୁବକ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ନିଖଜ ଥିଲେ । ପରିବାର ଲୋକେ ସେହିଦିନ ଠାରୁ ତାଙ୍କୁ ବହୁ ଖୋଜାଖୋଜି କରି ମଧ୍ୟ ପାଇନଥିଲେ । ଏବଂ ଗ୍ରାମର ସମସ୍ତଙ୍କୁ ଏବାବଦରେ ଜଣାଇଥିଲେ । ହେଲେ ସେମାନେ ଦୁହେଁ ବହୁଦିନ ପର୍ଯ୍ୟନ୍ତ ନମିଳିବାରୁ ବାଧ୍ୟହୋଇ ପରିବାର ଲୋକ ଥାନାରେ ଏବାଦରେ ଅଭିଯୋଗ କରିଥିଲେ । ଆଜି ସକାଳେ ଗ୍ରାମର କିଛି ଲୋକ ମାଛ ଧରିବା ପାଇଁ ଗ୍ରାମ ନିକଟରେ ଥିବା ନାଳକୁ ଯାଇଥିଲେ । ସେଠାରେ ଦୁର୍ଗନ୍ଧ ହେବାରୁ ସେମାନେ ଗ୍ରାମରେ ଆସି ଜଣାଇଥିଲେ । ଏହି ଖବର ଶୁଣି ଗ୍ରାମର କିଛି ଲୋକ ନାଳ ପାଖକୁ ଯାଇ ପୋତା ହୋଇଥିବା ମଣିଷଙ୍କ ହାତ ଦେଖିଥିଲେ ।

ଏହାଦେଖି ଗ୍ରାମବାସୀ ସଂଗେସଂଗେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । ମୃତ ବ୍ୟକ୍ତି ଦ୍ୱୟ ହେଲେ ହାତାଶିମିଳି ଗ୍ରାମର ସିପୁନ ନାୟକ (୧୩) ଓ ଅମୂଲ୍ୟ ନାୟକ (୧୬) । ଏମାନଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top