State

୧୧ନଭେମ୍ବର ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ

ମଳୟ ରଂଜନ ମିଶ୍ରଙ୍କ ରିପୋର୍ଟ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୧୯ ଆରମ୍ଭ ହୋଇଛି । ଯେଉଁମାନଙ୍କ ଜନ୍ମ ୧ ଜାନୁୟାରୀ ୨୦୦୧ ପୂର୍ବରୁ ହୋଇଛି, ସେମାନେ ଏବେ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରିପାରିବେ । ଏଥିପାଇଁ ସଂପୃକ୍ତ ଭୋଟ ଗ୍ରହଣ କେନ୍ଦ୍ର, ବ୍ଲକ, ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିହେବ । ୱେବସାଇଟ www.ceorissa.nic.in କିମ୍ବା www.nvsp.in ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ ବା ସଂଶୋଧନ ନିମନ୍ତେ ଅନଲାଇନ ଦରଖାସ୍ତ ମଧ୍ୟ କରିହେବ ।

ଏ ନେଇ ପ୍ରସ୍ତୁତ ତାଲିକା www.ceorissa.nic.in କିମ୍ବା ସଂପୃକ୍ତ ଜିଲ୍ଲା ୱେବସାଇଟରେ ଉପଲବ୍ଧ ହେବ । ଏହି ତାଲିକାରେ କୌଣସି ସମସ୍ୟା ଥିଲେ ସଂପୃକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ନାଗରିକ ଦରଖାସ୍ତ ଦେଇପାରିବେ । ଏ ସମ୍ପର୍କିତ ସୂଚନା ପ୍ରଦାନ ପାଇଁ ହେଲ୍ପଲାଇନ୍ ନମ୍ବର ୦୬୭୪-୧୯୫୦ ଜାରି କରାଯାଇଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top