Sports

୧୦ ରେ କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶନୀ ମ୍ୟାଚ, ଦର୍ଶକଙ୍କ ପାଇଁ ଗ୍ୟାଲେରୀ ଫ୍ରି

ଭାରତରେ ତୃତୀୟ ଥର ଓ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ଲାଗି ସାରା ଭାରତ ସହିତ ଓଡିଶାରେ ହକିର ମାହଲ ସୃଷ୍ଟି ହୋଇଛି । ଗୋଟିଏ ଟ୍ରଫି, ୩୬ ମ୍ୟାଚ, ୧୯ ଦିନର ଲଢେଇ ସହିତ ଭାଗନେବେ ୧୬ଟି ଦେଶର ଦଳ । ବିଶ୍ୱକପ ହକି ଟ୍ରଫି ହାତେଇବା ପାଇଁ ବିଭିନ୍ନ ଦଳ ରଣକୌଶଳ କରିବାରେ ବ୍ୟସ୍ତ ଏବଂ ଅନ୍ୟପଟେ ଅୟୋଜକ ଶ୍ରେଷ୍ଠ ଆୟୋଜନ କରିବା ନେଇ ଲକ୍ଷ୍ୟ ପଥରେ ମାଡି ଚାଲିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆଉ ମାତ୍ର ୪୬ ଦିନ ପରେ ଚର୍ତୁଦଶ ପୁରୁଷ ହକି ବିଶ୍ୱକପ ଖେଳାଯିବ । ରାଜ୍ୟ ସରକାର ହକି ବିଶ୍ୱକପ କୁ ଶ୍ରେଷ୍ଠ ଆୟୋଜନରେ ପରିଣତ କରିବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । କଳିଙ୍ଗ ଷ୍ଟାଡିୟମ ନୂଆ ରୁପରେ ସଜେଇ ହେଉଥିଲା ବେଳେ ସବୁ ସ୍ତରରେ ଉତ୍ସାହ ଓ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି ।

ଚଳିତ ଅକ୍ଟୋବର ୧୦ରେ ନବୀକରଣରତ ହକି ଷ୍ଟାଡିୟମ ଉଦଘାଟନ ହେବ । ଷ୍ଟାଡିୟମର ପ୍ରବେଶ ପଥ ୯ ଟି ଥିବାବେଳେ ଏହାକୁ ବୃଦ୍ଧି କରି ୧୨ କରାଯାଇଛି । ମୁଖ୍ୟ ପ୍ରବେଶ ପଥକୁ ମଧ୍ୟ ବଡ କରାଯାଇଛି । ଅଭାସ ଗ୍ରାଉଣ୍ଡ ମଧ୍ୟ ନୂଆ ରୁପ ନେଇଛି । ଏହି ପ୍ରତିଯୋଗିତାକୁ ଦେଶ ତଥା ଦେଶ ବାହାରେ ମଧ୍ୟ ପ୍ରଚାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ଇଂଲଣ୍ଡ, କ୍ୱାଲଲୁମ୍ପୁର, ସିଡ୍ନୀ, ମ୍ୟୁନିକ ଭଳି ସହରରେ ପ୍ରଚାର କରାଯାଇଥିବା ବେଳେ ମାଇଁ ହାର୍ଟ ବିଟ୍ ଫର ହକି ମାଧ୍ୟମରେ ସାରା ଦେଶରେ ପ୍ରଚାର କରାଯାଉଛି । ଉଦଘାଟନୀ ଉତ୍ସବ ଅବସରରେ ହକି କିମ୍ବଦନ୍ତୀ ଦିଲୀପ ତିର୍କି-୧୧ ଓ ଧନରାଜ ପିଲେ-୧୧ ମଧ୍ୟରେ ମ୍ୟାଚ ଖେଳାଯିବ । ସାଧାରଣ ଦର୍ଶକଙ୍କ ଲାଗି ଷ୍ଟାଡିୟମ ଗ୍ୟାଲେରି ଫ୍ରି ରହିବ ଏବଂ ଦର୍ଶକ ମାନେ ମ୍ୟଚକୁ ବିନା ଦ୍ୱିଧାରେ ଉପୋଭଗ କରି ପାରିବେ ବୋଲିକଳିଙ୍ଗ ଷ୍ଟାଡିୟମର ତତ୍ୱାବଧାରକ ବାରିଜ ରଂଜନ ମହାନ୍ତି କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top