Sports

ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ସ୍ୱଛ ବଜାର ଏବଂ ସ୍ୱଛ ରାସ୍ତାଘାଟ ପାଇଁ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ

ପାଖେଇ ଆସୁଛି ଓଡିଶା ବିଶ୍ୱକପ୍ ହକି, ଚାଲୁ ରହିଛି ସ୍ୱଛ ସର୍ବେକ୍ଷଣ ୨୦୧୯ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମରର ତତ୍ପରତା ଦ୍ରୁତ ହୋଇ ଚାଲିଛି । ପ୍ରଚାର ଓ ସଚେତନତା ପରେ ପରେ ଦ୍ୱିତୀୟ ଓ ତୃତୀୟ ପରିଦର୍ଶନରେ ଆଦାୟ ହେଉଛି ଜୋରିମାନା । ସଚ୍ଛ ରାସ୍ତା ଏବଂ ସଚ୍ଛ ବଜାରର ନୀତିକୁ ବଜାୟ ରଖିବା ପାଇଁ ଏହି ଅଭିଯାନ ଚାଲୁ ରହିଛି । ରାସ୍ତାଘାଟ ସଫା ରହିବା କତୃପକ୍ଷଙ୍କ ସମେତ ନାଗରିକ ଏବଂ ବ୍ୟବସାୟ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନ / ଅନୁଷ୍ଠାନ ମାନଙ୍କର ମଧ୍ୟ ସମାନ ଦାୟିତ୍ୱ ରହିଛି । ନିଜସ୍ୱ ଆଚରଣକୁ ସମସ୍ତେ ଯଦି ସ୍ୱଛତା ଅଭିମୁଖି ନ କରାଇବେ ତେବେ ଆମର ପରିମଳ ନିଶ୍ଚିତ ହୋଇପାରିବ ନାହିଁ । ତେଣୁ ସଚେତନ କରାଇବା ପରେ ହିଁ ଆମେ ଦଣ୍ଡ ବିଧାନ କରିପାରିବା । ଉଦେଶ୍ୟ ହେଉଛି ସ୍ୱଛତା କୁ ବଜାୟ ରଖିବା: କହିଛନ୍ତି ଅତିରିକ୍ତ ଆୟୁକ୍ତ ଶୁଭମ୍ ସାକ୍ସେନା ।
ସହରର ମୁଖ୍ୟ ୮୦ କି.ମି ରାସ୍ତା  ସମେତ ଆଭ୍ୟନ୍ତରୀଣ ରାସ୍ତା ଏବଂ ବ୍ୟବସାୟ ଅଂଚଳ ଗୁଡିକ ରାସ୍ତା ଉପରକୁ ନ ମାଡିବା ଏବଂ ଆବର୍ଜନା  ନ କରିବା ପାଇଁ ଆଜି ମହାନଗର ନିଗମର ସ୍ୱତନ୍ତ୍ର ସ୍କ୍ୱାର୍ଡ ମାନେ ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ଯାଇଛନ୍ତି ।
 ଦକ୍ଷିଣ – ପୂର୍ବ ଜୋନ୍ର ଯୋଜନା ଅନୁଯାୟୀ ଆଜି ସକାଳ ୯.୩୦ମିନିଟ୍ ରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଶିଶୁଭବନ ଛକରୁ ବାଣୀବିହାର, କଳ୍ପନା ଠାରୁ ଏଜି ଛକ ଏବଂ ଆଚାର୍ଯ୍ୟ ବିହାର ଅଂଚଳରୁ ଏଭି ଛକ ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ବଜାର, ଭେଣ୍ଡିଙ୍ଗ ଜୋନ୍, ଓମ୍ପେଂଡ୍ ବୁଥି ଏବଂ ବିଭିନ୍ନ ଉଠା ଦୋକାନୀଙ୍କ ପାଖକୁ ଯାଇ ସଚେତନ କରାଇଛନ୍ତି, ଏହି କାର୍ଯ୍ୟରେ ଯୁଗ୍ମ କମିଶନର ବିମଳେନ୍ଦୁ ରାୟଙ୍କ ସହିତ ଦୁଇଟି ସ୍କ୍ୱାର୍ଡ ଯୋଗ ଦେଇଛନ୍ତି । ଏଥିରେ ୱାର୍ଡ ସୁପରଭାଇଜର, ୱାର୍ଡ ଅପିଂସର୍, କମ୍ୟୁନିଟି ଅର୍ଗାନାଇଜରମାନେ ରହିଛନ୍ତି । ଉକ୍ତ ଅଂଚଳରେ ଥିବା ସମସ୍ତ ବ୍ୟବସାୟୀଙ୍କ ନିକଟକୁ ଯାଇ ସ୍ୱଛ ବଜାର ଏବଂ ସ୍ୱଛ ରାସ୍ତା ବାବଦରେ ବୁଝାଇଛନ୍ତି । ଯେଉଁମାନେ ଏଥିରେ ଖିଲାପ କରୁଛନ୍ତି ପରବର୍ତୀ ପରିଦର୍ଶନରେ ସେମାନଙ୍କଠାରୁ ଜୋରିମାନା ଆଦାୟ କରିଛନ୍ତି; ଆଜି ପୂର୍ବାହ୍ନ ଏବଂ ଅପରାହ୍ନ କୁ ମିଶାଇ ସମୁଦାୟ ଟ ୧୪,୫୦୦.୦୦ଙ୍କା ର ଜୋରିମାନା ଆଦାୟ କରାଯାଇଛି । 
ଠିକ୍ ସେହିପରି ଭୁବନେଶ୍ୱର ମହାନଗର ନିଗମର ଉତର ମଣ୍ଡଳ ଏବଂ ଦକ୍ଷିଣ – ପଶ୍ଚିମ ମଂଡଳରେ ସମାନ ପ୍ରକାରର ଅଭିଯାନ ଚାଲୁ ରହିଛି ।
 ଉତର ମଂଡଳର ଜୋନାଲ୍ ଡେପୁଟି କମିଶନର୍ ପ୍ରମୋଦ୍ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆଜି ତିନୋଟି ସ୍କ୍ୱାର୍ଡ ବାହାରି ରସୁଲ୍ଗଡ ଠାରୁ ଆଚାର୍ଯ୍ୟ ବିହାର, ଆଚାର୍ଯ୍ୟ ବିହାରରୁ ଜୟଦେବ ବିହାର, ଜୟଦେବ ବିହାରରୁ କିଟ୍ ଏବଂ ଚନ୍ଦ୍ରଶେଖରପୁର ଓ ଓମ୍ପେଂଡ୍ ବୁଥ୍, ଓପୋଲ୍ପେଂଡ୍ ଇତ୍ୟାଦିରେ ସ୍ୱଛତା ଜନିତ ସଚେତନତା କରାଇଥିଲେ ।  ପୂର୍ବରୁ ସୂଚନା ଦିଆଯାଇଥିବା ଏବଂ ସଚେତନ କରାଯାଇଥିବା ଅଂଚଳ ଗୁଡିକରେ ଯେଉଁମାନେ ଖିଲାପ କରି ସଂପୃକ୍ତ ସ୍ଥାନଗୁଡିକୁ ଆବର୍ଜନା କରିଛନ୍ତି ସେମାନଙ୍କଠାରୁ ପୂର୍ବାହ୍ନ୍ନ ଏବଂ ଅପରାହ୍ନ ଅଭିଯାନରେ ସମୂଦାୟ ୪,୯୫୦.୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଅନୁରୂପ ଅଭିଯାନ ଦକ୍ଷିଣ- ପଶ୍ଚିମ ମଂଡଳରେ ମଧ୍ୟ କରାଯାଇଥିଲା । ଜୋନାଲ୍ ଡେପୁଟି କମିଶନର୍ ଲଲାଟେନ୍ଦୁ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଦୁଇଟି ସ୍କ୍ୱାର୍ଡ ସିଆର୍ପି ଛକ ଠାରୁ ଡିଏଭି ସ୍କୁଲ୍ ଦେଇ ପାୱାର୍ ହାଉସ୍ ଛକ ଏବଂ ବରମୁଂଡା ଅଂଚଳକୁ ଯାଇ ବିଭିନ୍ନ ବ୍ୟବସାୟୀଙ୍କ ପାଖରେ ସ୍ୱଛ ବଜାର ଏବଂ ସ୍ୱଛ ରାସ୍ତା ବାବଦରେ ବୁଝାଇ କହିଥିଲେ । ଏଥିରେ ନାଗରିକ ଏବଂ ବ୍ୟବସାୟ ପ୍ରତିିଷ୍ଠାନ ମାନଙ୍କର ଗୁରୁଦାୟୀତ୍ୱ ରହିଛି ବୋଲି ଜଣାଇଥିଲେ । ଏହି ସମସ୍ତ ଦଳରେ କମ୍ୟୁନିଟି ଅର୍ଗାନାଇଜର, ୱାର୍ଡ ଅପିଂସର୍,ୱାର୍ଡ ସୁପରଭାଇଜର, ଇତ୍ୟାଦି ଯୋଗ ଦେଇଥିଲେ । ଏହି ସବୁ ଅଂଚଳରେ ଯେଉଁମାନଙ୍କର ପରିମଳ ଜନିତ ତୃଟିବିଚ୍ୟୁତି ଏବଂ ଖିଲାପ ବ୍ୟବହାର ଥିବାର ଜଣା ପଡିଛି ସେମାନଙ୍କ ଠାରୁ ଟ ୮,୦୦୦.୦୦ଙ୍କା- ଜୋରିମାନା ଆଦାୟ କରାଯାଇଛି ।
ସୂଚନାଯୋଗ୍ୟ କି ଜୋନାଲ୍ ଡେପୁଟି କମିଶନର୍ ସେମାନଙ୍କର ସ୍କ୍ୱାର୍ଡ ମାନଙ୍କୁ ନେଇ ପ୍ରଚାର, ସଚେତନତା କରାଇବା ଏବଂ ଖିଲାପକାରୀଙ୍କ ଠାରୁ ଜୋରିମାନା ଆଦାୟ କରିବାର ରଣନୀତିରେ ସ୍ୱଛ ବଜାର ଏବଂ ସ୍ୱଛ ରାସ୍ତା ଅଭିଯାନ ଚାଲୁରଖିଛନ୍ତି । ମହିଳା ବ୍ୟବସାୟୀ ମାନଙ୍କୁ ବୁଝାଇବା ପାଇଁ ମହିଳା କମ୍ୟୁନିଟି ଅର୍ଗାନାଇଜର ମାନେ ଯାଇ ବୁଝାଇଛନ୍ତି । ଏହା ଦ୍ୱାରା କାର୍ଯ୍ୟ ସପଂଳତା ଦୃତ ହୋଇ ପାରିଛି ।
ଆଜିର ଅଭିଯାନରେ ସମୂବାୟ ୩ଜଣ ଜୋନାଲ୍ ଡେପୁଟି କମିଶନର୍, ୩ ଜଣ ଜୋନାଲ୍ କମ୍ୟୁନିଟି ଅର୍ଗାନାଇଜର, ୬ଜଣ ୱାର୍ଡ ସୁପର୍ଭାଇଜର, ୧୮ଜଣ ୱାର୍ଡ ଅପିଂସରଙ୍କ ସାଙ୍ଗକୁ ଏନ୍ପୋଂର୍ସମେଣ୍ଟ ସ୍କ୍ୱାର୍ଡ ମାନେ ଅଭିଯାନରେ ସାମିଲ୍ ହୋଇଥିଲେ ସମସ୍ତେ ନିଜନିଜର ଡଷ୍ଟବିନ୍ ରଖନ୍ତୁ, ନିଜର ଦୋକାନ ସମ୍ମୁଖରେ ଆବର୍ଜନା ରଖନ୍ତୁ ନାହିଁ, ସ୍ୱଛତାର ବାତାବରଣ ପାଇଁ “ଦାୟୀତ୍ୱବାନ ହୁଅନ୍ତୁ, ସ୍ୱଛରାସ୍ତା, ସ୍ୱଛବଜାର ଏବଂ ସର୍ବୋପରି  ସ୍ୱଛ, ସୁନ୍ଦର ଓ ସବୁଜ ଭୁବନେଶ୍ୱରକୁ ସାକାର କରନ୍ତୁ” ଇତ୍ୟାଦି ବାର୍ତାମାନ କହି ସମସ୍ତଙ୍କ ପାଖକୁ ଯାଇ ବିଏମ୍ସି କର୍ମୀମାନେ ବୁଝାଇଥିଲେ । ଏଥିରେ ଖିଲାପ କଲେ ବିଏମ୍ସି ବାଧ୍ୟ ହୋଇ ଜୋରିମାନା କରିବ ବୋଲି ମଧ୍ୟ ଜଣାଇ ଥିଲେ ।
Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top