State

ସ୍ୱାସ୍ଥ୍ୟ ପତ୍ରିକା ସ୍ୱାସ୍ଥ୍ୟ ସଂହିତା ଉନ୍ମୋଚିତ

 

ଦ୍ୱିମାସିକ ସ୍ୱାସ୍ଥ୍ୟ ପତ୍ରିକା ‘ସ୍ୱାସ୍ଥ୍ୟ ସଂହିତା’ର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଛି । ସ୍ଥାନୀୟ ରେଡକ୍ରସ ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହାକୁ ଉନ୍ମୋଚନ କରିଥିଲେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜେ ପି ଦାସ ଓ ଆୟୁସ ନିର୍ଦ୍ଦେଶକ ଡାକ୍ତର ଅଶ୍ୱନୀ କୁମାର ମିଶ୍ର । ଉନ୍ମୋଚନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପତ୍ରିକାର ସମ୍ପାଦକ ସୁବ୍ରତ କୁମାର ପତି । ଏହି ଅବସରରେ ସେ କହିଲେ କି ଏହି ପତ୍ରିକାଟି ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନ କରିବା ସହିତ ଏ ସମ୍ପର୍କିତ ବିଭିନ୍ନ ସମସ୍ୟାକୁ ଖବର ଜରିଆରେ ସାମ୍ନାକୁ ଆଣିବ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ସହ ସମ୍ପାଦକ ଡାକ୍ତର ବି ଜଗଦିଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟନିର୍ବାହୀ ସମ୍ପାଦକ ତୁଷାର କାନ୍ତ ଦାଶ ।

ସାମାଜିକ ସଂଗଠନ ଆଉଟରିଚ୍ ପକ୍ଷରୁ ଇଂରାଜୀ ଏବଂ ଓଡିଆରେ ପ୍ରକାଶିତ ହେଉଥିବା ଏହି ପତ୍ରିକାଟି ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ପ୍ରକାଶ କରିବ । ଏହାଛଡା ଅଭିଜ୍ଞ ଡାକ୍ତରମାନେ ଲୋକ ମାନଙ୍କୁ ବିଭିନ୍ନ ରୋଗ, ଏହାର ଚିକିତ୍ସା ଓ ନିରାକରଣ ସମ୍ପର୍କରେ ଜଣାଇବା ଉଦ୍ଦେଶ୍ୟରେ ପ୍ରବନ୍ଧ ମାନ ଲେଖୁଛନ୍ତି । ଏହାଛଡା ସୁସ୍ଥ ଜୀବନଶୈଳୀ ପାଇଁ ମଧ୍ୟ ବିଭିନ୍ନ ପରାମର୍ଶ ଏହି ପତ୍ରିକାରେ ପ୍ରକାଶ ପାଇବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top