Twin City

ସ୍ୱତନ୍ତ୍ର ଭୁବନେଶ୍ୱର ପଦଯାତ୍ରାରେ ପ୍ରକୃତି ଓ ଇତିହାସର ସମୃଦ୍ଧ ଅନୁଭବ ଡଟ୍ ଫେଷ୍ଟ୍ ସହିତ ସମାପ୍ତ

ଷୋହଳ ଦିନିଆ ଡଟ୍ ଫେଷ୍ଟ୍ (ଭୁବନେଶ୍ୱର ସିଟି ଫେଷ୍ଟିଭାଲ୍) ଉଦଯାପିତ ହେବା ସହିତ ଏହାର ଏକ ପ୍ରମୁଖ ଅଭିଯାନ ଥିବା ଭୁବନେଶ୍ୱର ପଦଯାତ୍ରା ମଧ୍ୟ ସମାପ୍ତ ହୋଇଛି । ଏହି ଅଭିଯାନ ପରିଦର୍ଶନକାରୀଙ୍କୁ ସହରକୁ ଜାଣିବାର ସୁଯୋଗ ଦେଇଥିଲା । ଐତିହ୍ୟ, ପ୍ରକୃତି ଓ ସଂଗ୍ରହାଳୟ ପଦଯାତ୍ରା ଆଦିକୁ ନେଇ ସ୍ୱତନ୍ତ୍ର ବିଷୟବସ୍ତୁ ଉପରେ ପଦଯାତ୍ରା ଓ ଟ୍ରେଲ୍ ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିିଡିଏ) ଦ୍ୱାରା ଆୟୋଜିତ ଏହି ପଦଯାତ୍ରାର ଲକ୍ଷ୍ୟ ଥିଲା ସ୍ୱତନ୍ତ୍ର ପଦଯାତ୍ରା, ଟ୍ରେଲ୍ ଓ ସାଇକେଲ୍ ଟୁର୍ ଜରିଆରେ ଭୁବନେଶ୍ୱରର ବିବିଧ ବର୍ଣ୍ଣକୁ ସବୁ ବୟସ ବର୍ଗର ଲୋକମାନଙ୍କ ପାଇଁ ଉପସ୍ଥାପିତ କରିବା । ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୧୮ ଦେଖିବା ପାଇଁ ଭୁବନେଶ୍ୱରକୁ ଭ୍ରମଣ କରିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନଙ୍କୁ ସହରର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରିବାର ଏହା ଥିଲା ଉପଯୁକ୍ତ ସୁଯୋଗ ।

ଭୁବନେଶ୍ୱର ପ୍ରକୃତି ପଦଯାତ୍ରାରେ ଥିଲା ଐତିହ୍ୟ ପଦଯାତ୍ରା ଓ କଳା ଟ୍ରେଲ୍ ଯାହା ଶ୍ରେଷ୍ଠ ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ରଖୁଥିବା ସ୍ଥାନଗୁଡ଼ିକୁ ନେଇ ପ୍ରସ୍ତୁତ କରାଯାଇଥିଲା । ଏଥିରେ ସାମିଲ ଥିଲା ନନ୍ଦନକାନନ ପ୍ରକୃତି ପଦଯାତ୍ରା ଓ ସାଇକେଲ୍ ଟୁଲ୍ ଏବଂ ଚନ୍ଦକା ପ୍ରକୃତି ପଦଯାତ୍ରା ଓ ସାଇକେଲ ଟୁର୍ । ବିଗତ ୧୬ ଦିନ ଭିତରେ ମୋଟ ୧୪ଟି ପଦଯାତ୍ରା ଆୟୋଜନ କରାଯାଥଥିଲା ଓ ପାଖପାଖି ୩୭୦ ଲାକ ସେଥିରେ ଅଂଶଗ୍ରହଣ କରିଥିଲେ ଯେଉଁମାନଙ୍କ ମଧ୍ୟରୁ ୮୦ ଜଣ ଥିଲେ ଆଦିବାସୀ ସ୍କୁଲର ଛାତ୍ରଛାତ୍ରୀ ।ପ୍ଲେବୁକ୍ କନ୍ସଲ୍ଟାନ୍ସି ତରଫରୁ ଆୟୋଜିତ ପ୍ରକୃତି ପଦଯାତ୍ରାରେ ସହରର ସବୁ ବୟସ ବର୍ଗର ଉତ୍ସାହୀ ଲୋକଙ୍କୁ ଆକର୍ଷିତ କରିଥିଲା । ସବୁଜ ଅଂଚଳର ସଂରକ୍ଷଣକୁ ନେଇ ସଚେତନତା ସୃଷ୍ଠି କରିବା ଓ ସ୍ମାର୍ଟ ସିଟି ସାଇକେଲ୍ ଚାଳନା ଭଳି ପରିବେଶ ମିତବ୍ୟୟୀ ଗମନାଗମନ ବିଷୟରେ ଗୁରୁତ୍ୱାରୋପ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ପକ୍ଷରୁ ଭୁବନେଶ୍ୱର ପ୍ରକୃତି ପଦଯାତ୍ରାର ଅଂଶ ସ୍ୱରୂପ ସାଇକେଲ୍ ଟ୍ରେଲ୍ ସାମିଲ କରାଯାଇଥିଲା । ଡିଟୁର୍ ଓଡ଼ିଶା ପକ୍ଷରୁ ପ୍ରସ୍ତୁୁତ କରାଯାଇଥିବା “ଏକାମ୍ର ପଦଯାତ୍ରା’ ନାମକ ଐତିହ୍ୟ ପଦଯାତ୍ରାରେ ସହର ଭିତର ଓ ବାହାରର ୯୦୦୦ରୁ ଅଧିକ ଐତିହ୍ୟ ପ୍ରେମୀ ସାମିଲ ହୋଇଥିଲେ ଓ ଭୁବନେଶ୍ୱରର ଲୁକ୍କାୟିତ ଭଣ୍ଡାରର ଅନୁସନ୍ଧାନ କରିଥିଲେ । ଏଥିରେ ସାମିଲ ଥିଲା ଜୈନ ପଦଯାତ୍ରା ଓ ଟ୍ରେଲ୍ ଓ ଷ୍ଟ୍ରିଟସ୍ ଅଫ୍ ଏକାମ୍ର । ଏଭଳି ବିରଳ ଧରଣର ଏକାମ୍ରର ରାସ୍ତା କଡ଼ ଘରଗୁଡ଼ିକର କାହାଣୀ ପିଢ଼ି ପିଢ଼ି ଧରି କୁହାଯାଇଛି । ମନ୍ଦିରର ପାଶ୍ୱର୍ରେ ବୁଲିବା ବେଳେ ଆମେ ଲୋକମାନଙ୍କର ଅସ୍ଥାବର ଇତିହାସ ଓ ସେମାନଙ୍କ ଚଳଣୀକୁ ବିଷୟରେ ଅବଗତ ହୋଇପାରିବା ।

ମୋଟ ୨୦ ପଦଯାତ୍ରା ଓ ଟୁର୍ ଆୟୋଜନ କରାଯାଇଥିଲା ଯେଉଁଥିରେ ପାଖାପାଖି ୩୪୫ ଲୋକ ଭାଗ ନେଇଥିଲେ । ପରିଦର୍ଶନକାରୀଙ୍କୁ ସ୍ମାର୍ଟ ଗମନାଗମନର ସୁବିଧା ପ୍ରଦାନ କରିବା ପାଇଁ ମୋ ସାଇକଲ୍ ଜର୍ରିାରେ ବିଡିଏ ପକ୍ଷରୁ ଐତିହ୍ୟ ସାଇକେଲ୍ ଟୁର୍ ଉପସ୍ଥାପନ କରାଯାଇଥିଲାଯାହା ବିପୁଳ ପରିମାଣର ଦର୍ଶକଙ୍କୁ ଆକୃଷ୍ଟ କୀିଥିଲା ଯେଉଁମାନେ ଏହି ସୁନ୍ଦର ଐତିହ୍ୟ ସହରର ଅନୁସନ୍ଧାନ କରିଥିଲେ ଓ ଓଲ୍ଡ ଟାଉନ୍ ପ୍ରଦାନ କରୁଥିବା ସମୃଦ୍ଧ ସଂସ୍କୃତିକୁ ଉପଭୋଗ କରିଥିଲେ । ଭୁବନେଶ୍ୱର କଳା (ଆର୍ଟ) ଟ୍ରେଲ୍ ମଧ୍ୟ ଏକ ଅଭିଯାନ ଥିଲାଯାହା ଓଲ୍ଡ ଟାଉନ୍ରେ ୧.୩ କିମି ପରିବ୍ୟାପ୍ତ ଥିଲା ଓ ଏହା ୨୨ ଜଣ ଜାତୀୟ ଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଳାକାରଙ୍କ ସମସାମୟିକ କଳାକୃତି ଜରିଆରେ ଐତିହ୍ୟର ପ୍ରକୃତ ଭାବକୁ ଉପସ୍ଥାପନ କରିଥିଲା । ଆର୍ଟ ଟ୍ରେଲ୍ ବହୁତ ଲୋକପ୍ରିୟ ଥିଲା ଓ ସପ୍ତାହ ଦିବସଗୁଡ଼ିକରେ ୫୦୦ଲୋକ ସେଥିରେ ସାମିଲ ହେଉଥିଲେ । ସପ୍ତାହ ଅନ୍ତ ଦିବସ ଗୁଡ଼ିକରେ ପରିଦର୍ଶନକାରୀଙ୍କ ସଂଖ୍ୟା ୮୦୦ରୁ ଅଧିକ ହୋଇଯାଉଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱର ଆର୍ଟ ଟ୍ରେଲ୍ ଡିସେମ୍ବର ୧୮ରେ ଶେଷ ହେବ, ଅନ୍ୟାନ୍ୟ ଟ୍ରେଲ୍ ଯଥା ଏକାମ୍ର ପଦଯାତ୍ରା ଓ ଭୁବନେଶ୍ୱର ପ୍ରକୃତି ପଦଯାତ୍ରା ପୂର୍ବ ନିର୍ଧାରିତ ସାପ୍ତାହିକ ସମୟ ସାରଣୀ ଅନୁଯାୟୀ ଆୟୋଜିତ ହେବ । ଐତିହ୍ୟ ଓ ପ୍ରକୃତିପ୍ରେମୀମାନେ ସେମାନଙ୍କ ସୋସିଆଲ ମିଡିଆ ପେଜ୍ ଓ ୱେବସାଇଟ୍ରେ ବିବରଣୀକୁ ଅନୁସରଣ କରିପାରିବେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top