National International

ସୋନିଆ ଗାନ୍ଧୀ ଦିଲ୍ଲୀରେ କିଣିଲେ କନ୍ଧମାଳ ହଳଦୀ

ଦିଲ୍ଲୀର ଜନପଥରେ ଅନୁଷ୍ଠିତ ହୋଇଥିବା ଜୈବିକ ମେଳାରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କନ୍ଧମାଳ ଜିଲ୍ଲାର ହଳଦୀ କିଣିଥିଲେ । ଜୈବିକ ମେଳାରେ ଓଡିଶାର ସ୍ୱୟଂ ସହାୟକ ଗୋଷ୍ଠି ଷ୍ଟଲରେ ଉପସ୍ଥିତ ଥିଲେ ଝରଣା ସାହୁ ନାମକ ଜଣେ ମହିଳା । ଝରଣା ସାହୁଙ୍କ କହିବା ଅନୁସାରେ ସୋନିଆ ଗାନ୍ଧୀ ତାଙ୍କ ଷ୍ଟଲକୁ ଆସିବା ଦେଖି ସେ ବହୁତ ଖୁସି ହୋଇଯାଇଥିଲେ ।

ତାଙ୍କ ଠାରୁ ହଳଦୀ କିଣିବା ସହିତ ଏହା କିପରି ଚାଷ କରାଯାଏ ସେ ବାବଦରେ ସୋନିଆ ଗାନ୍ଧୀ ପଚାରି ବୁଝିଥିଲେ । କେବଳ ସେତିକି ନୁହେଁ ସୋନିଆ ଗାନ୍ଧୀ ଏହି ଜୈବିକ ମେଳାରୁ ଅନ୍ୟ ଜିନିଷ ମଧ୍ୟ କିଣିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top