Twin City

ସୂଚନା ଅଧିକାର ଆଇନ ଦିବସ ଅନୁଷ୍ଠିତ

ଅଧିକାର ଆଇନ ଦିବସ ଉପଲକ୍ଷେ ଆଜି ମାଷ୍ଟରକ୍ୟାଂଟିନ ଠାରେ ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ କମିସନର ସତ୍ୟଜିତ ମହାନ୍ତି ଯୋଗ ଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ସୂଚନା ଅଧିକାର ରଥକୁ ଉଦ୍ଘାଟନ କରିଥିଲେ । ସୂଚନା ଅଧିକାର ହେଉଛି ଲୋକଙ୍କର ମୌଳିକ ଅଧିକାର ଏବଂ ଏ ବିଷୟରେ ସମସ୍ତେ ଅବଗତ ହେବା ଦରକାର ବୋଲି ସେ ମତ ଦେଇଥିଲେ ।

ଅତିରିକ୍ତ ନିର୍ଦ୍ଦେଶକ ଓ ଯୁଗ୍ମ ଶାସନ ସଚିବ ନିରଞ୍ଜନ ସେଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଅଧିକାର ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ । ସୂଚନା ଅଧିକାର ପଦଯାତ୍ରାଟି ମାଷ୍ଟରକ୍ୟାଂଟିନରୁ ବାହାରି ରାମ ମନ୍ଦିର ଯାଏ ଯାଇଥିଲା ତିନି ଦିନ ଧରି ଏହି ରଥଟି କଟକ ଓ ଭୂବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୋକଙ୍କୁ ସୂଚନା ଅଧିକାର ବିଷୟରେ ସଚେତନ କରେଇବାର କାର୍ଯ୍ୟକ୍ରମ ରହିଛି । ଆବାହକ ମନୋରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top