State

ସୁନା ପିଲା ପରି ବାରମ୍ବାର ଭୁଲ ମାଗୁଛନ୍ତି ଆୟାର ବାବୁ: ଶେଷରେ ବାନ୍ଧିଲା ଓଡିଶା ପୋଲିସ

ଓଡ଼ିଶା ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଶେଷରେ ବନ୍ଧା ହେଇଛନ୍ତି ଅଭିଜିତ୍ ଅାୟର ମିତ୍ର । ଟୁଇଟରରେ କୋଣାର୍କ ସଂପର୍କରେ ଅପମାନଜନକ ଭିଡିଓ ଛାଡିଥିବା ମିତ୍ରଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ଅାଜି ବିଧାନସଭା ଗୃହ କମିଟିରେ ମଧ୍ୟ ସେ ହାଜର ହୋଇଥିଲେ ।

ଶ୍ରୀମନ୍ଦିର, କୋଣାର୍କ, ଓଡ଼ିଶାର କଳାସଂସ୍କୃତି, ଓଡ଼ିଶାର ବିଧାୟକ ଓ ସାମ୍ବାଦିକଙ୍କ ଉପରେ ଅଭିଜିତ୍ ସୋସିଆଲ ମିଡିଅାରେ ଅପମାନଜନକ ମନ୍ତବ୍ୟ ଦେଇ ଭିଡିଓ ଅପଲୋଡ୍ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମନୋରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଜିତଙ୍କ ବିରୁଦ୍ଧରେ ଲାଗିଛି ୫ଟି ଦଫା । ତେବେ ଅାଜି ବିଧାନସଭା ଗୃହ କମିଟିରେ ହାଜର ହେବାକୁ ଅାସିଥିବା ଅାୟରଙ୍କୁ ଜେରା କରିବା ପରେ ପୁଲିସ ଗିରଫ କରିଛି ।

କମିଟି ଆଗରେ ହାଜର ହେଲାବେଳେ ସୁନା ପିଲା ପରି ସେ ବସିଥିବା ଦେଖିବାକୁ ମିଳିଥିଲା । ନିଜର ଦାଇତ୍ୱହୀନ ମନ୍ତବ୍ୟ ପାଇଁ ଆଗରୁ ବହୁଥର ଭୁଲ ମାଗିଥିବା ଅଭିଜିତ ଆଜି ପୁଣିଥରେ କମିଟି ଆଗରେ ଭୁଲ ମାଗିଥିଲେ । ସେପଟେ ବିଧାନସଭା ଗୃହ କମିଟି ତାଙ୍କ ବିରୁଦ୍ଧରେ କି ପଦକ୍ଷେପ ନେବ ସେନେଇ ନିଷ୍ପତ୍ତି ହୋଇନାହିଁ ବୋଲି ସୂଚନା ଦେଇଛନ୍ତି କମିଟି ମୁଖ୍ୟ ନରସିଂହ ମିଶ୍ର ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top