National International

ସିଗାରେଟ ଟଣାକୁ ବିରୋଧ କରି ହତ୍ୟାର ଶିକାର ହୋଇଛନ୍ତି ଗର୍ଭବତୀ ମହିଳା

ଟ୍ରେନରେ ଯାଉଥିବା ସମୟରେ ଜଣେ ସହଯାତ୍ରୀଙ୍କ ସିଗାରେଟ ଟାଣିବାକୁ ବାରଣ କରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ତଂଟିଚିପି ହତ୍ୟା କରାଯାଇଥିବା ଜଣାପଡିଛି ।
ଚିନତ ଦେବୀ(୪୫) ନାମ୍ନୀ ଜଣେ ଗର୍ଭବତୀ ମହିଳା ପଞ୍ଜାବ-ବିହାର ଜାଲିୱାନାୱାଲା ଏକ୍ସପ୍ରେସର ଏକ ସାଧାରଣ ବଗିରେ ଥିଲେ । ସେହି ବଗିରେ ସୋନୁ ଯାଦବ ନାମକ ଜଣେ ଯାତ୍ରୀ ସିଗାରେଟ ଟାଣିବା ଆରମ୍ଭ କରିଥିଲେ । ମହିଳା ଜଣକ ଏହାକୁ ବାରଣ କରିଥିଲେ । ଏଇ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଭୀଷଣ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ସୋନୁ ମହିଳାଙ୍କୁ ଆକ୍ରମଣ କରିଥିଲେ ।

ଘଟଣା ପରେ ଶାହାଜାହାନପୁର ଠାରେ ଟ୍ରେନ ଅଟକି ଥିଲା । ମହିଳାଙ୍କୁ ଡାକ୍ତରଖାନା ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଗଲା । ପୁଲିସ ଅଭିଯୁକ୍ତଙ୍କୁ କରିବା ପରେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଦେଶରେ ଧୂମ୍ରପାନ ନିଷେଧକୁ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଟ୍ରେନରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏଠାରେ ଧୂମ୍ରପାନ ନିଷେଧ ନଚେତ ଜୋରିମାନା ଦେବାକୁ ପଡିବ । ହେଲେ ଏହି ନିୟମ କୌଣସି ରୂପରେ କାର୍ଯ୍ୟକାରୀ ହେଉ ନାହିଁ । ସେପଟେ ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top