Featured

ସାମ୍ବାଦିକଙ୍କୁ ଆଇଆଇଏମସିରେ ମାଗଣା ଆବାସିକ ଟ୍ରେନିଂ ଦେବେ ରାଜ୍ୟ ସରକାର

ସୁବ୍ରତ କୁମାର ପତିଙ୍କ ରିପୋର୍ଟ

ରାଜ୍ୟର ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକଙ୍କୁ ଏବେ ମାଗଣା ପ୍ରଶିକ୍ଷଣ ଦେବାକୁ ଯାଉଛନ୍ତି ଓଡିଶା ସରକାର । ପ୍ରଶିକ୍ଷଣ ସମୟରେ ସାମ୍ବାଦିକଙ୍କ ରହିବା ଓ ଖାଇବାର ଖର୍ଚ ମଧ୍ୟ ବହନ କରିବେ ସରକାର । ଏ ନେଇ ଫେବୃଆରୀ ୧୬ ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଫାଷ୍ଟ୍ କମ୍ ଫାଷ୍ଟ ସର୍ଭ ଆଧାରରେ ୨୫ରୁ ୩୦ ଜଣ ଲେଖାଏଁ ସାମ୍ବାଦିକ ବ୍ୟାଚ୍ରେ ତାଲିମ୍ ନେବେ । ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି)ରେ ଏହି ତାଲିମ ଦିଆଯିବ । ଏଥିରେ ଭାଗନେବା ପାଇଁ ଆଗ୍ରହୀ ସାମ୍ବାଦିକମାନଙ୍କ ନାମ ପଠାଇବାକୁ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥାମାନଙ୍କର ମୁଖ୍ୟଙ୍କୁ କୁହାଯାଇଛି ।

ବିଭିନ୍ନ ବର୍ଗର ସାମ୍ବାଦିକମାନେ ଏଥିରେ ଭାଗ ନେଇ ପାରିବେ । ପ୍ରିଂଟ୍, ଇଲେକ୍ଟୋନିକ୍ସ, ୱେବ୍ ମିଡିଆରେ କାର୍ଯ୍ୟରତ ସାମ୍ବାଦିକଙ୍କ ବ୍ୟତୀତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ଆକ୍ରିଡିଟେଡ୍ ଜର୍ଣ୍ଣାଲିଷ୍ଟମାନେ ମଧ୍ୟ ଏହି ଟ୍ରେନିଂରେ ଯୋଗ ଦେଇ ପାରିବେ । ଏହି ସର୍ଟ୍ ଟର୍ମ ଟ୍ରେନିଂ ଗୋଟିଏ ସପ୍ତାହ ଚାଲିବ ।

୧୬ ତାରିଖରେ ପ୍ରକାଶିତ ଏହି ବିଜ୍ଞପ୍ତିରେ ୨୦ ତାରିଖ ସୁଦ୍ଧା ସାମ୍ବାଦିକ ତାଲିକା ପୈଠ କରିବାକୁ ସମ୍ପାଦକ/ସଂସ୍ଥା ମୂଖ୍ୟମାନଙ୍କୁ କୁହାଯାଇଛି । ତେବେ ଏଥିପାଇଁ ମାତ୍ର ୪ ଦିନ ସମୟ ଦିଆଯାଇଥିବା ବେଳେ, ବହୁ ସାମ୍ବାଦିକଙ୍କ ପାଖରେ ଏନେଇ ସୂଚନା ପହଂଚି ନଥିବା ଜଣାଯାଇଛି । ଆଗକୁ ନିର୍ବାଚନ ଥିବା ବେଳେ ଏହି ତରବରିଆ ପଦକ୍ଷେପର କେତେ ସାମ୍ବାଦିକ ସୁବିଧା ନେଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top