Rural Odisha

ପୋଲିସ ପାଇଁ ଚାଲେଞ୍ଜ: ମାଓବାଦୀଙ୍କ ନୂଆ ଅସ୍ତ୍ର ମାଇକ୍ରୋ ବମ୍

ମାଓବାଦୀ ମାନେ ଏବେ ପୁଲିସଙ୍କ ଠାରୁ ଦୁଇପାଦ ଆଗରେ । ଏବେ ନୁଆନୂଆ ଟେକନୋଲଜିର ଅସ୍ତ୍ର ବ୍ୟବହାର କରୁଛନ୍ତି ମାଓବାଦୀ । ଗତ ୭ ତାରିଖ ରାତିରେ ପୁଲିସ ଗିରଫ କରିଥିବା ୧୬ ଜଣ ମାଓବାଦୀଙ୍କ ଠାରୁ ନୂଆ ଧରଣର ମାଇକ୍ରୋ ବମ ମିଳିଥିବା ଜଣା ପଡିଛି ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ଚିନ୍ତାଗୁଫା ନିକଟରେ ରାତିରେ ଡିଆରଜି ଓଏସଟିଏଫ ପୁଲିସ ଟିମ ନିମାପଡା ଗ୍ରାମ ଅଭିମୁଖେ କମ୍ବିଙ୍ଗ ଅପରେସନରେ ଯାଇଥିବା ସମୟରେ ୧୬ ଜଣ ମାଓବାଦୀଙ୍କୁ ଗିରଫ କରିଥିଲା । ଗିରଫ ରେ ତାଙ୍କ ପାଖରୁ ମାଓସାମଗ୍ରୀ, ଔଷଧ, ବ୍ୟାଗ, ପାଣି ଓ ବମ ମଧ୍ୟ ଜବତ କରିଥିଲା । ପୁଲିସ ବମକୁ ଯାଂଚ କରି ଏହା ବହୁ ଶକ୍ତିଶାଳୀ ବୋଲି ଜାଣିବାକୁ ପାଇଛି । ଏହିଭଳି ମାଇକ୍ରୋ ବୋମା ପ୍ରଥମ କରି ଜବତ ହୋଇଥିବାରୁ ପୁଲିସ ଆଶ୍ଚର୍ଯ୍ୟ ହୋଇଛି । ମାଇକ୍ରୋ ବମକୁ ମାଓବାଦୀ ମାନେ ଜଙ୍ଗଲରେ ପଡିଥିବା ଶୁଖିଲାପତ୍ର ତଳେ ଲୁଚାଇ ରଖନ୍ତି । କମ୍ବିଙ୍ଗ ଅପରେସନରେ ଯାଇଥିବା ଜବାନ ମାନେ ଏହି ବୋମା ଫାଟିବା ଦ୍ୱାରା ଗୁରୁତର ଆହତ ହୋଇଥାନ୍ତି । ପୁଲିସ ଏହି ମାଇକ୍ରୋ ବମ ପ୍ରଥମ କରି ପାଇବା ପରେ ଏହା ବହୁ ଶକ୍ତିଶାଳୀ ବୋଲି ନକ୍ସଲ ଅପରେସନ ଦାୟିତ୍ୱରେ ଥିବା ସୁକମା ଏସପି ଶଲାବ ସିହ୍ନା କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top