Rural Odisha

ସାତକୋଶିଆ ଅଂଚଳ ଗସ୍ତ କରି ସରଜମିନ ତଦନ୍ତ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବ ବିଜେପି ପ୍ରତିନିଧୀ ଦଳ

ସୁନ୍ଦରୀ ବାଘ ଆକ୍ରମଣକୁ ନେଇ ସାତକୋଶିଆ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୨ଟି ନିରୀହ ଅମୂଲ୍ୟ ଜୀବନ ଯିବା ସତ୍ୱେ ପ୍ରଶାସନ ବାଘ ଧରିବାରେ ସଂପୂର୍ଣ୍ଣରୂପେ ଫେଲ ମାରିଛିି । ଅନ୍ୟପଟେ ରାଜ୍ୟସରକାର ଏବଂ ଜଙ୍ଗଲ ପରିବେଶ ବିଭାଗ ସମସ୍ୟାର ସମାଧାନ ନକରି ସ୍ଥାନୀୟ ବାସିନ୍ଦାଙ୍କୁ ବାଘ ମୁହଁକୁ ଠେଲି ଦେଇଛନ୍ତି । ସାଧାରଣ ଲୋକଙ୍କ ପ୍ରତିବାଦ ସ୍ୱରକୁ ଚାପିବା ପାଇଁ ପୋଲିସ ପ୍ରଶାସନ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଭାରତୀୟ ଜନତା ପାର୍ଟିର ଅନୁଗୁଳ ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନଙ୍କ ସମେତ ସାଧାରଣ ଲୋକଙ୍କୁୁ ଗିରଫ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ସାତକୋଶିଆ ଅଂଚଳରର ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାକୁ ଗୁରୁତ୍ୱ ଦେଇ ଆସନ୍ତାକାଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧୀ ଦଳ ସାତକୋଶିଆ ଅଂଚଳ ଗସ୍ତ କରି ସରଜମିନ ତଦନ୍ତ କରିବ । ଏହି ପ୍ରତିନିଧୀ ଦଳରେ ରାଜ୍ୟ ବିଜେପି ଉପ ସଭାପତି ସମୀର ମହାନ୍ତି, ପୂର୍ବତନ ସାସଂଦ ରୁଦ୍ର ପାଣି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, ରାଜ୍ୟ କ୍ରା୍ୟକାରିଣୀ ସଦସ୍ୟ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ଜଗନ୍ନାଥ ପ୍ରଧାନ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ କୃଷ୍ନଚନ୍ଦ୍ର ପାତ୍ର ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାତକୋଶିଆ ଅଂଚଳର ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହ ବିସ୍ତୁତ ଭାବରେ ଆଲୋଚନା କରି ରାଜ୍ୟ ସଭାପତିଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top