Twin City

ସହିଦଙ୍କ ପରିବାରକୁ ଧକ୍କା ମାରିବା ପ୍ରସଙ୍ଗରେ ଦେବାଶିଷ ସାମନ୍ତରାୟଙ୍କ ନାଁରେ ବିଜେପିର ଏତେଲା

ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳୀ ଓ ତାଙ୍କ ପରିବାରକୁ ସମବେଦନା ଜଣାଉଥିବା ସମୟରେ ରାଜ୍ୟରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ସହିଦ ପରିବାର ସଦସ୍ୟଙ୍କୁ ସମସ୍ତଙ୍କ ଆଗରେ ଧକ୍କା ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାହାର ପରିବାର ଆଜି ପୁଅକୁ ହରାଇ ଦୁଃଖରେ କାନ୍ଦୁଛି ତାର ପରିବାରପ୍ରତି ଏପ୍ରକାର ଅଶୋଭନୀୟ ବ୍ୟବହାର ଗ୍ରହଣୀୟ ନୁହେଁ ଓ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ଦଳର ମୁଖିଆ ହିସାବରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ଭେଟି କ୍ଷମା ମାଗନ୍ତୁ ଏବଂ ଦେବାଶୀଷ ସାମନ୍ତରାୟଙ୍କୁ ଦେଶକୁ ଅପମାନିତ କରିଥିବା ଅପରାଧରେ ଗିରଫ କରାଯାଉ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ଦାବି କରିଛନ୍ତି ବିଜେପିର ପୂର୍ବତନ ସୈନିକ ପ୍ରକୋଷ୍ଠର ଆବାହକ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ ଶ୍ରୀ ନାରାୟଣ ମହାନ୍ତି ।
ଦଳ ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଦେଶକୁ ଅପମାନିତ କରିଥିବା ଅପରାଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତେଲା ଦିଆଯାଇଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଅଧିକ ଦୁର୍ଭାଗ ଜନକ କଥା ହେଉଛି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କର ନିରବତା । ମୁଖ୍ୟମନ୍ତ୍ରୀ କାହିଁକି ଦେବାଶୀଷ ସାମନ୍ତରାୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ଏଥିରୁ ଜଣାପଡୁଛି ଭାରତୀୟ ଯବାନଙ୍କ ପାଇଁ ବିଜେଡିର ଟିକିଏ ମାତ୍ର ସମ୍ମାନ ନାହିିଁ । ଏହି ଭିଡିଓ ଏବେ ପାକିସ୍ତାନର ସମସ୍ତ ଗଣମାଧ୍ୟମ ମାନେ ସେମାନଙ୍କ ଟିଭି ଚ୍ୟାନେଲରେ ଦେଖାଇ ସାରିଲେଣି । ଏହା ସମଗ୍ର ଓଡିଶା ତଥା ଦେଶପ୍ରତି ଏକ ଲଜ୍ୟାକର କଥା ।

ଦଳର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ଏବେ ସୁଦ୍ଧା ସହିଦ ପରିବାରକୁ ଭେଟି ନାହାନ୍ତି । କିନ୍ତୁ ପିଠା କାଳିଆ ସମାବେଶରେ ସମୟ କାଟିବା ପାଇଁ ତାଙ୍କ ପାଖେ ସମୟ ଅଛି । ସାରା ଦେଶ ଓ ରାଜ୍ୟ ପୁଲଓାମା ଆତ୍ମଘାତୀ ଆତଙ୍କବାଦ ଆକ୍ରମଣରେ ଶହୀଦ ଯବାନଙ୍କ ପାଇଁ ଦୁଃଖ ଓ ପ୍ରତିଶୋଧର ନିଆଁରେ ଜର୍ଜରିତ ଥିବାବେଳେ ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନ ବୁଲି ରାଜନୈତିକ କାର୍ଯ୍ୟକ୍ରମ କରି ସେଥିରେ ମତୁଆଲା ହୋଇ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ କର୍ମୀଙ୍କୁ ମସଗୁଲ କରିବା ଓଡିଆ ଭାବାବେଗକୁ ଅପମାନିତ କରଥିଲେ । ଏକଥା ସମସ୍ତେ ଦେଖୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି କି ପୁଲୱାମା ଆତଙ୍କୀ ଆକ୍ରମଣ ପରେ ବାଲେଶ୍ୱର ଜିଲ୍ଲାର ଖଇରା ଅଂଚଳରେ ସହିଦ ଯବାନମାନଙ୍କ ସ୍ମୃୁତିରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସେଠାରେ ଜଣେ ଚାକିରିରେ ଥିବା ଯବାନ ଅମୂଲ୍ୟ ବିନ୍ଧାଣି ଯିଏକି ଛୁଟିରେ ଘରକୁ ଆସିଥିଲେ ଏପରି ଦୁଃଖଦ ଘଟଣା ଘଟିବା ପରେ ସେ ନିଜେ ସେହି କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ କରିଥିଲେ । ହେଲେ ଏହାକୁ ସ୍ଥାନୀୟ ସରପଂଚ ଯିଏକି ଶାସକ ଦଳର ଜଣେ ଟାଣୁଆ ନେତା ସେ ଏହାକୁ ବିରୋଧ କରିବା ସହ ଉକ୍ତ ଯବାନଙ୍କୁ ମାଡ ମାରିଛନ୍ତି । ଏ ସର୍ମ୍ପକରେ ଯବାନ ଅମୁଲ୍ୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ଥାନାଅଧୀକାରୀ ମାମଲା ରୁଜୁ କରୁନାହାନ୍ତି । ଏ ସର୍ମ୍ପକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ଅମୁଲ୍ୟ ଅଭିଯୋଗ ପଠାଇଛନ୍ତି ହେଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ବି ଚୁପ ବସିଛି ।

ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କର ଦେଶର ସୁରକ୍ଷା ପାଇଁ ନିଜ ଜିବନକୁ ବାଜି ଲଗାଉଥିବା ଯବାନ ମାନଙ୍କ ପ୍ରତି ଦରଦ ନାହିଁ କି ସମ୍ମାନ ନାହିଁ । ଏହା ଓଡିଶାର ସମସ୍ତ କର୍ତ୍ୟବରତ ଯବାନ ଓ ଅବସରପ୍ରାପ୍ତ ଯବାନମାନଙ୍କୁ ଅପମାନ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନିରେ ଅବସରପ୍ରାପ୍ତ କର୍ଣ୍ଣେଲ ଲକ୍ଷ୍ମିଧର ପରିଡା, ଅବସରପ୍ରାପ୍ତ କର୍ଣ୍ଣେଲ ଏମ ପି ନନ୍ଦ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top