National International

ସର୍ବାଧିକ ବିକ୍ରି ହେଉଥିବା ଦୁଇଚକିଆ ଯାନ ଆକ୍ଟିଭା

ଦେଶର ସର୍ବାଧିକ ଦୁଇଚକିଆ ବିକ୍ରି ହେଉଥିବା ଯାନ ରୁପେ ପରିଚିତ ହାସଲ କରିଛି ଆକ୍ଟିଭା । ହୋଣ୍ଡା ମଟର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆର (ଏଚଏମଏସଆଇ) ବିକ୍ରି ଦୁଇ କୋଟି ଟପିଯାଇଛି । ପୂର୍ବରୁ କୋଟିଏ ପହଁଚିବା ପାଇଁ ୧୫ ବର୍ଷ ସମୟ ଲାଗିଥିଲା । ମାତ୍ର ଦୁଇକୋଟିକୁ ଛୁଇଁବାରେ ୩ ବର୍ଷ ସମୟ ଲାଗିଛି ।

ହୀରୋ ମୋଟୋକର୍ପର ସ୍ପେ୍ଲଣ୍ଡରକୁ ପଛରେ ପକାଇ ହୋଣ୍ଡା ମଟର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆର ଆକ୍ଟିଭା ଆଗରେ ଅଛି । ବର୍ତମାନ ସୁଦ୍ଧା ବଜାରରେ ଆକ୍ଟିଭାର ୫ମ ସଂସ୍କରଣ ବଜାରରେ ପ୍ରବେଶ କରି ସାରିଛି । ଏଚଏମଏସଆଇ ଅଧ୍ୟକ୍ଷ ଏବଂ ସିଇଓ ମିନାରୁ କାଟୋ କହନ୍ତି ଲଗାତାର ୧୮ ବର୍ଷ ପର୍ଯ୍ୟନ୍ତ ଯାନକୁ ଆହୁରି ଉନ୍ନତ ତିଆରି କରିବା ପ୍ରୟାସ ଯୋଗୁଁ ଏହା ସଫଳ ହୋଇଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top