Rural Odisha

ଶ୍ୱାସନଳୀରୁ ବାହାରିଲା ପେଁକାଳି

କାନ୍ଦିବାବେଳେ ଶୁଭୁଥିଲା ପେଁକାଳି ଶବ୍ଦ । ସିଟି ସ୍କାନ ଓ ଏକ୍ସରେ କରାଗଲା । ହେଲେ ରିପୋର୍ଟରେ କିଛି ଜଣାପଡିନଥିଲା । ଅସ୍ତ୍ରୋପଚାର ପରେ ୩ ବର୍ଷ ଶିଶୁର ଶ୍ୱାସନଳୀରୁ ବାହାରିଲା ପେଁକାଳି । କେଉଁଝର ଜିଲ୍ଲାର ଗଣେଶ୍ୱର ମୁଣ୍ଡାଙ୍କ ୩ ବର୍ଷର ପୁଅ ପୀୟୂଷ । ଖେଳୁଥିବା ସମୟରେ ଶ୍ୱାସନଳୀରେ ପେଁକାଳି ପଶି ଯାଇଥିଲା । ଶିଶୁଟି କିଛି ଜାଣି ପାରିନଥିଲା । ହଠାତ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାକୁ ପ୍ରଥମେ କେଉଁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକର ଏସସିବିକୁ ଅଣାଯାଇଥିଲା । ରୋଗ ସମ୍ପର୍କରେ ଅନେକ ପରୀକ୍ଷା ପରେ ମଧ୍ୟ କିଛି ଜଣାପଡନୁଥିଲା ।

ହେଲେ ଶିଶୁଟି କାନ୍ଦିବା ସମୟରେ ପେଁକାଳି ଶବ୍ଦ ଶୁଣା ଯାଉଥିଲା । ଶିଶୁ ରୋଗ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ବୀପସା ସିଂ ଶିଶୁଟିର ଚିକିତ୍ସା ପାଇଁ ଇଏନଟି ବିଭାଗ ସହ ଆଲୋଚନା କରିଥିଲେ । ଅସ୍ତ୍ରୋପଚାର ନିଷ୍ପତ୍ତି ପରେ ଇଏନଟି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଚିନ୍ମୟ ସୁନ୍ଦରରାୟ ଓ ନିଶ୍ଚେତକ ବିଭାଗର ଅସୋସିଏଟ ପ୍ରଫେସର ଡାକ୍ତର ଖଗେଶ୍ୱର ରାଉତ ପ୍ରମୁଖଙ୍କୁ ନେଇ ଗଠିତ ଟିମ ଶିଶୁଟିର ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ଶ୍ୱାସନଳୀରୁ ପେଁକାଳି ବାହାରିଥିଲା । ଏବେ ଶିଶୁଟିକୁ ଆଇସିୟୁରେ ରଖାଯାଇଛି । ଏବେ ଶିଶୁଟି ବିପଦମୁକ୍ତ ଅଛି ବୋଲି ଡାକ୍ତର ସୁନ୍ଦରରାୟ ସୂଚନା ଦେଇଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top