Twin City

ଶହୀଦ ବାଜିରାଉତଙ୍କ ଶ୍ରାଦ୍ଧ ଦିବସ ସଚିବାଳୟରେ ଶହୀଦ ବାଜିରାଉତ ପ୍ରାମାଣିକ ଚଳଚିତ୍ରର ପ୍ରିମିୟମର ପ୍ରଦର୍ଶନ

ଶହୀଦ ବାଜିରାଉତଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚିତ୍ର ଆଜି ସଚିବାଳୟରେ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ୨୫ ମିନିଟର ଏହି ପ୍ରାମାଣିକ ଚଳଚିତ୍ରରେ ଶହୀଦ ବାଜିରାଉତଙ୍କ ସାହସ ଓ ଦେଶଭକ୍ତିର ସଫଳ ଉପସ୍ଥାପନା କରାଯାଇଛି । ଆମର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱାଧିନତା ସଂଗ୍ରାମର ମୂଲ୍ୟବୋଧରେ ବିକାଶ ନିମନ୍ତେ ଏହି ଚଳଚିତ୍ରକୁ ବିଭିନ୍ନ ବିଦ୍ୟାଳୟରେ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ୍ଵ ଦେଇଥିଲେ ।
ଶହୀଦ ବାଜିରାଉତ ପ୍ରାମାଣିକ ଚଳଚିତ୍ରର ପ୍ରଯୋଜକ ସତ୍ୟବ୍ରତ ରଥ ଓ ନିର୍ଦ୍ଦେଶକ ଚିନ୍ମୟ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୧, ୧୯୩୮ରେ ବାଜିରାଉତ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇ ବ୍ରିଟିସ ପୋଲିସର ଗୁଳି ମାଡରେ ମାତ୍ର ୧୨ ବର୍ଷ ବୟସରଙ୍କ ଶହୀଦ ହୋଇଥିଲେ । ଆଜି ତାଙ୍କର ଶହୀଦ ଦିବସ ଅବସରରେ ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ଚଳଚିତ୍ର ପ୍ରଦର୍ଶିତ ହେବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top