State

ରେଡିଓରେ କ୍ୟାରିୟର ପାଇଁ ଆଉଟରିଚର ଟ୍ରେନିଂ ଆରମ୍ଭ

ରାଜ୍ୟରେ ନୂଆ ନୂଆ ରେଡିଓ ଷ୍ଟେସନ୍ ଖୋଲୁଥିବାରୁ ଏଥିରେ କ୍ୟାରିୟର ପାଇଁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ରାଜ୍ୟରେ ୧୫ଟି ନୂଆ ଘରୋଇ ରେଡିଓ ଷ୍ଟେସନ୍ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଅନ୍ୟପଟେ ରାଜ୍ୟର ବିଭିନ୍ନ ଅଂଚଳରେ କମ୍ୟୁନିଟି ରେଡିଓ ଷ୍ଟେସନ୍ ମଧ୍ୟ ଖୋଲିବାରେ ଲାଗିଛି । ତେବେ ଆମ ରାଜ୍ୟରେ ରେଡିଓରେ କ୍ୟାରିୟର ପାଇଁ ଆବଶ୍ୟକତା ଅନୁସାରେ ଶିକ୍ଷାଗ୍ରହଣ ଓ ଟ୍ରେନିଂର ସୁବିଧା ଉପଲବ୍ଧ ନାହିିଁ । ଏହାକୁ ଦୃଷ୍ଟିରେ ରଖି ମଂଚେଶ୍ୱର ସ୍ଥିତ ଅମିତ କଲେଜ୍ କ୍ୟାମ୍ପସର ଆୟୋଜିତ ହେଉଛି ଏକ ୧୫ ଦିନିଆ ପ୍ରଶିକ୍ଷଣ କର୍ମଶାଳା । ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ପ୍ରମେୟ ଗ୍ରୁପ୍ର ଭାଇସ୍ ପ୍ରେସିଡେଂଟ୍ ଲିଙ୍ଗରାଜ ଲେଙ୍କା, ନ୍ୟାସନାଲ ଏକାଡେମୀ ଅଫ୍ ବ୍ରଡ୍କାଷ୍ଟିଂର ପ୍ରୋଗ୍ରାମ ଏଗ୍ଜିକ୍ୟୁଟିଭ୍ ଅଶୋକ ପାଣିଗ୍ରାହୀ ଓ ଅମିତ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି । ଆଜିର କାର୍ଯ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ରେଡିଓ ସେଟ୍ ଉପହାର ଦିଆଯାଇଥିଲା । ସଭାପତିତ୍ୱ କରିଥିଲେ ଆୟୋଜକ ସଂସ୍ଥା ଆଉଟରିଚ୍ର ମୁଖ୍ୟ ସୁବ୍ରତ କୁମାର ପତି ।

ଏହି କର୍ମଶାଳାରେ ରେଡିଓ ସମ୍ପର୍କିତ ସାଧାରଣ ଜ୍ଞାନ ବ୍ୟତୀତ ସ୍କ୍ରିପ୍ଟ୍ ଲେଖିବା, ଲାଇଭ୍ କାର୍ଯ୍ୟକ୍ରମ ଉପସ୍ଥାପନା, ଉଚ୍ଚାରଣ ଓ ମଡ୍ୟୁଲେସନ୍, ଆଉଟ୍ଷ୍ଟେସନ୍ ବ୍ରଡକାଷ୍ଟ, ନ୍ୟୁଜ୍ ଉପସ୍ଥାପନା, ଫୋନ୍ ଇନ୍, ଭଏସ୍ ଆକ୍ଟିଂ, ମ୍ୟୁଜିକ୍ ମ୍ୟାନେଜ୍ମେଂଟ୍, ଲୋକ ସେବା ପ୍ରସାରଣ ଆଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପତି । ଅଂଶଗ୍ରହଣକାରୀଙ୍କୁ ରେଡିଓ ଷ୍ଟେସନ୍ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ । ଆଗକୁ ରାଜ୍ୟର ବିଶିଷ୍ଟ ରେଡିଓ ପ୍ରସାରକ, ରେଡିଓ ଜକି ଓ ବିଶେଷଜ୍ଞମାନେ ଏଠାରେ ଟ୍ରେନିଂ ପ୍ରଦାନ କରିବେ । ରାଜ୍ୟର ବିଭିନ୍ନ ଅଂଚଳରୁ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟ ଯେ ଆଉଟରିଚ ନିୟମିତ ଭାବେ ବର୍ଷକୁ ଦୁଇଥର ଏଭଳି କର୍ମଶାଳା ଆୟୋଜନ କରୁଛି । ଏଥିରେ ଭାଗନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକ ବିଭିନ୍ନ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି । ରେଡିଓର ଲୋକପ୍ରିୟତା ବୃଦ୍ଧି ଓ ଯୁବବର୍ଗଙ୍କୁ ରେଡିଓରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଂସ୍ଥା ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଆସୁଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top