National International

ରାସ୍ତାରେ ପରିସ୍ରା କରିବା ଭଲ ପରମ୍ପରା: ରାଜସ୍ଥାନ ମନ୍ତ୍ରୀ

ସୁସ୍ଥ ସ୍ୱାସ୍ଥ୍ୟ ଓ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ ‘ସ୍ୱଚ୍ଛ ଭାରତ ଅଭିଯାନ’ । ଯେଉଁ ଅଭିଯାନରେ ଘରେ ଘରେ ଶୌଚାଳୟର ବ୍ୟବସ୍ଥା କରାଯାଉଛି । ରାସ୍ତା, ପୋଖରୀ, ନଦୀ ଆଦି ସ୍ଥାନକୁ ସଫା ରଖାଯାଉଛି । କିନ୍ତୁ, ରାସ୍ତାରେ ପରିସ୍ରା କରିବା ଉଚିତ ଅଟେ । ଏହା ଏକ ପରମ୍ପରା । ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହୁଏ ନାହିଁ । ଏହା କୌଣସି ସ୍ୱାସ୍ଥ୍ୟ ପ୍ରତି ହାନୀ ଘଟାଇ ନଥାଏ । ଏଭଳି କହିଛନ୍ତି ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ କାଳୀ ଚରଣ ସରାଫ ।

ତାଙ୍କ ସହ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶମ୍ଭୁ ସିଂହ ଖେଟାସର ଆଜମେରର ରାସ୍ତା କଡରେ ପରିସ୍ରା କରୁଥିଲେ । ସେମାନେ ପରିସ୍ରା କରୁଥିବା ସ୍ଥାନ ଉପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଏକ ହୋର୍ଡି ଥିଲା । ଏହି ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେବା ପରେ ଏହାର ପ୍ରତ୍ୟୁତ୍ତରରେ ସେ ଏପରି କହିଛନ୍ତି । ସେ ମଧ୍ୟ କହିଛନ୍ତି ଯେ ପାଖରେ କୌଣସି ପରିସ୍ରାଗାର ନଥିବାରୁ ସେମାନେ ରାସ୍ତା କଡରେ ପରିସ୍ରା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ହୋର୍ଡି ଲାଗିଥିବାର ସେମାନେ ଦେଖି ନାହାନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆଜମେର ଗସ୍ତର ଦୁଇ ଦିନ ପରେ ଏଭଳି କାର୍ଯ୍ୟ ଓ ମନ୍ତ୍ରୀ ଦେଇଥିବା ଉତ୍ତର ଚର୍ଚ୍ଚାର ବିଷୟ ପାଲଟିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top