State

ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା ଦ୍ୱିତୀୟ ସଂସ୍କରଣ ଆଳରେ ଶିଳ୍ପ ବିକାଶ ନୁହେଁ କେବଳ ପୁଞ୍ଜିନିବେଶ ନାଁରେ ମିଛ ପ୍ରଚାରରେ ବ୍ୟସ୍ତ: ବିଜେପି

ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା ଦ୍ୱିତୀୟ ସଂସ୍କରଣ ଆଳରେ ଶିଳ୍ପାୟନର ବିକାଶ ନୁହେଁ କେବଳ ପୁଞ୍ଜିନିବେଶ ନାଁରେ ମିଛ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଇବାର ଅପଚେଷ୍ଟା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ବକ୍ସିପାତ୍ର କହିଛନ୍ତି ଶିଳ୍ପ ଅନୁକୂଳ ବାତାବରଣ ଯୋଗାଇ ଦେବାରେ ରାଜ୍ୟସରକାରଙ୍କ ବିଫଳତା କାରଣରୁ ରାଜ୍ୟରେ ଶିଳ୍ପ ବିକାଶ ହାର ପଛୁଆ ଗତିରେ ଚାଲିଛି । ରାଜ୍ୟର ଜିଡ଼ିପିରେ ଶିଳ୍ପର ଯୋଗଦାନ ୨୦୧୫-୧୬ରେ ୩୯% ଥିବାବେଳେ ୨୦୧୭-୧୮ରେ ଏହାକମି ୩୫% ରେ ପହଂଚିିଛି । ବିଶେଷ ଭାବରେ ମାନ୍ୟୁଫାକଚିରିଙ୍ଗ କ୍ଷେତ୍ରରେ ୨୦୧୪-୧୫ରୁ ଆଜି ଯାଏଁ ଜିଏସଡିପି ୧୫% ଭିତରେ ସୀମିତ ହୋଇ ରହିଛି, ବୃଦ୍ଧି ପାଉନାହିଁ । ଯଦି ମାନ୍ୟୁଫାକଚିରିଙ୍ଗ ବା ବିନିର୍ମାଣ ବଢୁ ନାହିଁ ତାହାହେଲେ ରାଜ୍ୟସରକାର କି ପ୍ରକାର ଶିଳ୍ପ ବିକାଶର ଡ଼ିଣ୍ଡିମ ପିଟୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।

ଓାର୍ଲ୍ଡବ୍ୟାଙ୍କ ଡିଆପିପିର “ଇଜ ଅଫ ଡୁଇଙ୍ଗବିଜନେସ”ର ର‌୍ୟାଙ୍କରେ ଓଡିଶା ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ୨୦୧୫ରେ ଏହିର‌୍ୟାଙ୍କ ୭ମ ଥିବାବେଳେ ୨୦୧୬ରେ ଏହା ୧୧ତମ ସ୍ଥାନକ ଖସିଗଲା ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ୱାଲ୍ଡବ୍ୟାଙ୍କର ଏହି ରିପୋର୍ଟ ସବୁଠୁ ଯୋଗ୍ୟ ପ୍ରଫେସନ୍ୟାଲ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଓ ସାରା ବିଶ୍ୱରେ ଏହା ସର୍ବମାନ୍ୟ । ଓଡ଼ିଶାର ଅପାର ସମ୍ଭାବନାକୁ ଦେଖି ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଆକର୍ଷିତ ହେଉଥିବା ପୁଞ୍ଜି ନିବେଶକାରୀମାନେ ରାଜ୍ୟସରକାରଙ୍କର ସେମାନଙ୍କୁ ଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟବସାୟ ଅନୁକୂଳ ବାତାବରଣ ଯୋଗାଇ ଦେବାର ବିଫଳତା ରାଜ୍ୟର ଇଜ ଅଫ ଡୁଇଙ୍ଗ ବିଜନେସ ର‌୍ୟାଙ୍କ ଖସିବାର ମୁଖ୍ୟ କାରଣ । ରାଜ୍ୟସରକାର ଶିଳ୍ପ ବିକାଶର ଡ଼ିଣ୍ଡିମ ପିଟୁଥିବାବେଳେ ସରକାରୀ କଳର ପୁଞ୍ଜି ନିବେଶକାରୀମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ନଦେବା ନେଇ ରାଜ୍ୟସରକାର ଆତ୍ମସମୀକ୍ଷା କରନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର ପ୍ରକାଶ କରିଛନ୍ତି । ୱାଲ୍ଡବ୍ୟାଙ୍କ ପରି ଶିଳ୍ପ ବିକାଶ ଉପରେ ବିଭିନ୍ନ ପ୍ରକାର ଗବେଷଣା କରୁଥିବା ପେସାଦାର ସଂସ୍ଥାମାନେ ମଧ୍ୟ ନିକଟ ଅତୀତରେ ଓଡ଼ିଶାର ଶିଳ୍ପ ବାତାବରଣକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଇଛନ୍ତି ।

୨୦୧୮ର ଷ୍ଟେଟ ଇନଭେଷ୍ଟମେଂଟ ଇଣ୍ଡେକ୍ସ ପ୍ରସ୍ତୁତ କରିଥିବା ନ୍ୟାସନାଲ୍ କାଉନସିଲ ଫର ଆପ୍ଲାଏ ଆଣ୍ଡ ଇକୋନମିକ୍ ରିସର୍ଚ୍ଚ (ଏନସିଏଇଆର୍) ଓଡିଶାକୁ ଦେଶରେ ୧୭ସ୍ଥାନ ଦେଇଛି । ବିଗତ ବର୍ଷ ତୁଳନାରେ ଓଡିଶା ଦିନକୁ ଦିନ ତଳକୁ ତଳ ଖସିବାରେ ଲାଗିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି । ପବ୍ଲିକ ଆଫାଆରସ୍ ଇଣ୍ଡେକ୍ସ ୨୦୧୮ରେଓଡିଶା ଦେଶର ୩୦ଟି ରାଜ୍ୟ ମଧ୍ୟରୁ ୨୪ତମ ସ୍ଥାନରେ ଅଛି । ନ୍ୟାସନାଲ୍ କାଉନସିଲ ଫର ଆପ୍ଲାଏ ଆଣ୍ଡ ଇକୋନମିକ୍ ରିସର୍ଚ୍ଚ (ଏନସିଏଇଆର୍) ଶିଳ୍ପ ପାଇଁଜମି ଯୋଗାଇବାରେ ଓଡିଶା ସାରା ଦେଶର ରାଜ୍ୟ ମାନଙ୍କ ମଧ୍ୟରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଥିବା ଦର୍ଶାଯାଇଛି । ମେକ ଇନ ଓଡିଶା ୨୦୧୬ରେ ୨.୩ ଲକ୍ଷକୋଟି ଟଙ୍କାର ଇନଭେଷ୍ଟମେଂଟ ଆସିବବୋଲି ରାଜ୍ୟସରକାର ବାହାବାନେଇଥିଲେ । ହେଲେ ବାସ୍ତବରେ ମାତ୍ର ଏଥିମଧ୍ୟରୁ ମାତ୍ର ୮% ଭେଷ୍ଟମେଂଟ ସମ୍ଭବହୋଇପାରିଛି । ଏହା ମେକ୍ ଇନ୍ ଓଡ଼ିଶାର ବିଫଳତାର ପ୍ରମାଣ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଗତ ୧୯ ବର୍ଷରେ ଓଡ଼ିଶାରେ ୨୮ଟି ରାଜ୍ୟ ପିଏସୟୁରେ ତାଲା ଝୁଲିସାରିଲାଣି । ସିଏଜି ରିପୋର୍ଟ ଅନୁସାରେ୨୦୧୬-୧୭ରେ ରାଜ୍ୟରେ ଚାଲୁଥିବା ୧୫ଟି ପିଏସୟୁ ୫୦୭ କୋଟିର କ୍ଷତିହୋଇଛି । ଏହାର କାରଣ ହେଉଛି ରାଜ୍ୟସରକାରଙ୍କର ମାଲିକାନାରେ ଥିବା ଶିଳ୍ପର ପରିଚାଳନାରେ ବିଫଳତା । ଫରେନ ଡାଇରେକ୍ଟଇନିଭେଷ୍ଟମେଂଟ ମଧ୍ୟ ରାଜ୍ୟରେ କମିବାରେ ଲାଗିଛି । ୨୦୧୩-୧୪ରେ ୨୮୮ କୋଟିର ଫରେନ ଡାଇରେକ୍ଟ ଇନିଭେଷ୍ଟମେଂଟ ଥିଲାବେଳେ ୨୦୧୬-୧୭ରେ ଏହା ୮୩ କୋଟିକୁ ଖସି ଆସିଛି ।

ବେଆଇନ ଖଣିକାରବାର ରାଜ୍ୟର ଶିଳ୍ପାୟନର ଏକ ପ୍ରମୁଖ ଅନ୍ତରାୟ । ଓଡିଶାକୁ ଆସୁଥିବା ଶିଳ୍ପସଂସ୍ଥାମାନଙ୍କୁ ରାଜ୍ୟସରକାର ଅବହେଳା କରି ଚାଲିଛନ୍ତି । କେବଳ ଏମଓୟୁ ବ୍ୟତୀତ ରାଜ୍ୟରେ କୌଣସି ଶିଳ୍ପ ସଂସ୍ଥା ରହିପାରୁନାହାଁନ୍ତି । ରାଜ୍ୟରେ ଇମ୍ଫା ଶିଳ୍ପ ସଂସ୍ଥା ସାମ୍ନାରେ ବିଜେଡ଼ି ପ୍ରାୟୋଜିତ ଗୁଣ୍ଡାମାନଙ୍କ ଦ୍ୱାରା ଆନ୍ଦୋଳନ କରାଯାଇ ସଂସ୍ଥାକୁ ଦୀର୍ଘଦିନ ବନ୍ଦ କରି ରଖିବା ଏହାର ଏକ ବଡ ଉଦାହରଣ । ଓଡିଶାର ଶିଳ୍ପ ଚଲାଇବା ପାଇଁ ଇଡକୋ, ଡିଆରସି, ଇପିଏଲ, ଡାଇରେକ୍ଟର ହ୍ୟାଣ୍ଡିକାଫ୍ଟ ଭଳି ସଂସ୍ଥାରେ ସମୁଦାୟ ୧୧୮୦ ଲୋକଙ୍କ ଆବଶ୍ୟକତା ଥିବାବେଳେ ଏବେ ସୁଦ୍ଧା ୯୮୦ ପଦବୀ ଖାଲି ପଡିଛି । ସେହିପରି ୧୫ ହଜାର ୩ ଶହ ୧୫ ଏମଏସଏମଇ ରେଜିଷ୍ଟର ବନ୍ଦ ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୨୯ ହଜାର ୯୫୦ ଜଣ ନିଜର ଜୀବନ ହରାଇବା ସହ ୪୫୬ କୋଟି ସଂପତି ନଷ୍ଟ ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ୨୦୧୬ ମସିହା ମେକ ଇନ ଓଡିଶା କନକ୍ଲେଭରେ ସମୁଦାୟ ୨୧ କୋଟି ଖର୍ଚ୍ଚ ମଧ୍ୟରୁ କେନ୍ଦ୍ରସରକାର ସାଢେ ୧୦ କୋଟି ଅନୁଦାନ ଦେଇଥିଲେ । ଦୁଃଖ ପରିତାପର ବିଷୟ ହେଉଛି ଏହି ଅର୍ଥର ୮୦ ପ୍ରତିଶତ ଅର୍ଥ ବିଜ୍ଞାପନ ଏବଂ ଇଭେଂଟ ପ୍ରମୋସନରେ ଖର୍ଚ୍ଚ ହୋଇଛି । ସେହିପରି ଗୋଟିଏ ବି କଂପାନୀ ସହ ଏମଓୟୁ ସ୍ୱାକ୍ଷର ହୋଇନଥିବା ସୂଚନା ଅଧିକାର ଆଇନ ମାଧ୍ୟମରେ ଜଣାପଡିଛି । ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ ଅନୁଯାୟୀ ଜାନୁଆରୀ ୧, ୨୦୧୮ ସୁଦ୍ଧା ସର୍ବମୋଟ ୯୩ଟି ଏମଓୟୁ ମଧ୍ୟରୁ ୯ଟି ସଂସ୍ଥା ଉତ୍ପାଦନ କରିବାରେ ସଫଳ ହୋଇଥିବାବେଳେ ୨୨ ଜଣ ଓଡିଶାରୁ ମୁହଁ ଫେରାଇଛନ୍ତି ।

ଅନ୍ୟପଟେ ୩୩ ଜଣ ଜମି ଗ୍ରହଣ ଅଧିକାର ଅବସ୍ଥାରେ ଥିବାସମୟରେ ୨୯ଜଣ ଅର୍ଦ୍ଧନିର୍ମିତ ଅବସ୍ଥାରେ ଅଛନ୍ତି । ଏଥିରୁ ରାଜ୍ୟସରକାରଙ୍କ ପାରିବା ପଣିଆ ସ୍ପଷ୍ଟଭାବେ ବାରିହୋଇ ପଡୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ରାଜ୍ୟସରକାରଙ୍କ ଭୁଲ ନୀତିଯୋଗୁଁ ଗତ କିଛିବର୍ଷରେ ୧୫୩୧୫ ପଞ୍ଜିକୃତ ଏମଏସଏମଇ ବନ୍ଦ ହେବାଯୋଗୁଁ ୧ଲକ୍ଷ ୩୦ ହଜାରଚାକିରୀ ହରାଇବାସହ ୪୫୬ କୋଟିଟଙ୍କାର ପୁଞ୍ଜି ନିବେଶ ବ୍ୟର୍ଥ ହୋଇଛି ବୋଲି ରାଜ୍ୟସରକାରଙ୍କ ତଥ୍ୟରୁ ସ୍ପଷ୍ଟ । ତାଳଚେରର ଏନଟିପିସ-ଟିଟିପିଏସ୍ ପ୍ରକଳ୍ପ ପାଇଁ କେନ୍ଦ୍ରସରକାର ୧୦ ହଜାର କୋଟିଟଙ୍କାର ପୁଞ୍ଜିନିବେଶ ପାଇଁ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟସରକାରଙ୍କ ସିଙ୍ଗ୍ଲ ଉଇଣ୍ଡୋ କ୍ଲିୟରନ୍ୟାସ୍ କମିଟି ଅନୁମୋଦନ ନଦେବା କାରଣରୁ ଏତେ ବଡ଼ ପୁଞ୍ଜିନିବେଶ ହୋଇପାରୁନାହିଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top