State

ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇଲା ରାଜ୍ୟ ବିଜେପି ଯୁବମୋର୍ଚ୍ଚା

ଦୀର୍ଘ ୧୯ ବର୍ଷ ଧରିି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି । ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ବିକାଶ କେବଳ ଏଠି ବଡ ବଡ ବିଜ୍ଞାପନରେ ସ୍ଥାନ ପାଇଛି । ଦୀର୍ଘ ବର୍ଷ ଶାସନ ଗାଦିରେ ଶାସକ ବିଜେଡି ରହିବା ପରେ ବି ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ ଯୁବକମାନଙ୍କୁ ପ୍ରତାରିତ କରିବା, ବିଭିନ୍ନ ଶିଳ୍ପମାନଙ୍କ ସହ ଏମଓୟୁ କରି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନଦେବା ଆଦି ବିଭିନ୍ନ ଦାବି ନେଇ ଆଜି ବିଜେପି ଯୁବମୋର୍ଚ୍ଚା ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜି ଭୁବନେଶ୍ୱର ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ଯୁବ କାର୍ଯ୍ୟକର୍ତା ଏକାଠି ହୋଇ ପ୍ରତିବାଦ କରିବା ସହ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟସରକାର ତୁରନ୍ତ ନିଯୁକ୍ତି ସୃଷ୍ଟି କରନ୍ତୁ ବୋଲି ଦାବି କରିଛନ୍ତି । ଏହି ପ୍ରତିବାଦରେ ସ୍ୱତଃପ୍ରବୃତ ଭାବେ ଶହ ଶହ ବେକାର ଯୁବକ ଯୁବତୀମାନେ ସାମିଲ ହେବା ସହ ରାଜ୍ୟସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ ।

ଏହି ବିକ୍ଷୋଭକୁ ସାରା ରାଜ୍ୟରେ ହଜାର ହଜାର ସଂଖାରେ ଯୁବକ ଯୁବତୀମାନେ ବିପୁଳ ସମର୍ଥନ କରିଛନ୍ତି । ଭୁବନେଶ୍ୱର ସହ ରାଜ୍ୟର ସମସ୍ତ ଜିଲ୍ଲା, ସବଡିଭିଜନରେ ଥିବା ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଞ୍ଜରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୨୦୦୮ ମସିହାରେ ଶିଳ୍ପ ମାନଙ୍କରେ ୯୦ ପ୍ରତିଶତ ଅଣକୁଶଳୀ, ୬୦ ପ୍ରତିଶତ ଅର୍ଦ୍ଧ କୁଶଳୀ ଏବଂ ୩୦ ପ୍ରତିଶତ କୁଶଳୀ ପଦବୀରେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ ବୋଲି ସରକାରୀ ସ୍ତରରେ ନିଷ୍ପତି ହୋଇଥିଲା । ରାଜ୍ୟ ସରକାର ଏହାକୁ ଲାଗୁ କରିବାରେ ବିଫଳ ହୋଇଛନ୍ତି । ସେହିପରି ବଡ ବଡ କଂପାନୀମାନଙ୍କ ସହ ରାଜ୍ୟସରକାର କରିଥିବା ଏମଓୟୁ ମଧ୍ୟରେ କେଉଁ କେଉଁ ଶିଳ୍ପରେ କେତେଜଣ ପିଲାଙ୍କୁ ନିଯୁକ୍ତି ଦିଆଯାଇଛିି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଶାସକ ଦଳର ବିଧାୟକ ସଂଜୟ ଦାସବର୍ମା ମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ମେଳା ନାଁରେ ୪୦ ହଜାର ପିଲାଙ୍କ ଠାରୁ ୧ଶହ ଟଙ୍କା ଠକି ନେଇଥିଲେ । ସେହି ଟଙ୍କାକୁ ହଡପ କରି ଗୋଟିଏ ବି ନିଯୁକ୍ତି କୌଣସି ପିଲାକୁ ଦେଇନାହାଁନ୍ତି । କେନ୍ଦ୍ରୀୟ ପିଏସୟୁରେ ଯେଉଁଠି ନିଯୁକ୍ତି ସୁଯୋଗ ରହିଛି ତାକୁ ଭଣ୍ଡୁ କରିବାର ବାଟ କରୁଛନ୍ତି ରାଜ୍ୟସରକାର ।

ଯଦି କୈାଣସି ପିଏସୟୁ ଏମଓୟୁର ଖିଲାଫ କରିଛି ତେବେ ତାହା ବିରୁଦ୍ଧରେ ରାଜ୍ୟସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟର ଯୁବକ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପ।।ଇଁ ଚାହୁଁଥିବା ସମୟରେ ରାଜ୍ୟସରକାର ସବୁ ସମୟରେ ବାଧକ ସାଜୁଛନ୍ତି । ରାଜ୍ୟରେ ଆର୍ଥିକ ଗତିବିଧି ନଥିବା କାରଣରୁ ରାଜ୍ୟର ଯୁବକ ଯୁବତୀମାନେ ରୋଜଗାରରୁ ଦୂରରେ ଅଛନ୍ତି । ରାଜ୍ୟରେ ଶିଳ୍ପଗୁଡିକରେ ବିକାଶ ହେଉନାହିଁ । ୧୯ ବର୍ଷର ଶାସନରେ ସ୍ଥାଣୁତା ଓ ଅପାରଗତା କାରଣରୁ ସାଧାରଣ ଓଡିଆ ଯୁବକ ଯୁବତୀ ସେମାନଙ୍କର ହକରୁ ବଂଚିତ ହେଉଛନ୍ତି । ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗରୁ ବଂଚିତ ହୋଇ ଓଡିଶାର ଯୁବ ଶକ୍ତି ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛି । ଏମ୍ପେ୍ଲୟମେଂଟ ଏକ୍ସଚେଞ୍ଜରେ କେତେ ଜଣ ପିଲା ନିଜ ନାଁ ରେଜିଷ୍ଟ୍ରେସନ କରିଛନ୍ତି ଆଉ କେତେ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଭୁବନେଶ୍ୱର ଏମ୍ପେ୍ଲୟମେଂଟ ଏକ୍ସଚେଞ୍ଜରେ ଆଗରେ ପ୍ରତିବାଦ କରିବା ସମୟରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ସଂପାଦିକା ଅର୍ପିତା ଅପରାଜିତା , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ସମେତ ଯୁବମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top