Twin City

ରାଜଧାନୀର ଜନତା ମଇଦାନରେ ଆରମ୍ଭ ହେଲା ମେକ ଇନ ଓଡିଶା ସମ୍ମିଳନୀ

ଆଜି ଠାରୁ ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେଲା ମେକ ଇନ ଓଡିଶା କାର୍ଯ୍ୟକ୍ରମ । ମେକ ଇନ ଓଡିଶା କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଯୋଗ ଦେଇଥିବା ସମସ୍ତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି ମେକ ଇନ ଓଡିଶା କାର୍ଯ୍ୟକ୍ରମ ଆସନ୍ତା ୫ ଦିନ ଧରି ଚାଲିବ । ଓଡିଶାକୁ ଅଧିକ ପୁଞ୍ଜି ଆଣିବା ତଥା ଦେଶ ବିଦେଶ ଶିଳ୍ପପତୀ ମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ନିବେଶକ ସମ୍ମିଳନୀ ଚାଲିବ ।

ଆସନ୍ତା କାଲି କନକ୍ଲେଭର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବିଜନେସ୍ ଲିଡରସିପ୍ ସବମିଟ୍ । ଏଥର ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ । ଏବଂ ଏଥିରେ ବହୁ ରାଷ୍ଟ୍ର ଓ ସ୍ଥାନୀୟ କମ୍ପାନୀର ମୁଖ୍ୟ ଅଧିକାରୀ ଏବଂ ପ୍ରତିନିଧି ମାନେ ଉପସ୍ଥିତ ରହିବେ । ଏହାପରେ ୪ ଦିନ ଧରି ବିଭାଗୱାରି ପୁଞ୍ଜି ନିବେଶ ଉପରେ ଅଧିବେଶ ମାନ ଆୟୋଜିତ ହେବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top