Twin City

ରାଜଧାନୀରେ ଶଙ୍କରାଚାର୍ଯ୍ୟ

ତିନିଦିନିଆ ଭୁବନେଶ୍ୱର ଗସ୍ତରେ ଥିବା ପୁରୀ ଗୋବର୍ଦ୍ଧନ ମଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଆଜି ସମ୍ ହସ୍ପିଟାଲ ନିକଟ ଗ୍ରାଣ୍ଡ୍ ମାର୍କ ଏକଜଟିକା ଆପାର୍ଟମେଂଟ୍ ପରିସରରେ ବିଶାଳ ଧର୍ମସଭାକୁ ସମ୍ବୋଧିତ କରିଛନ୍ତି । ପୂର୍ବାହ୍ନରେ ଗ୍ରାଣ୍ଡ୍ ମାର୍କ ପରିସରରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବା ପାଇଁ ଶ୍ରଦ୍ଧାଳୁଙ୍କର ବିଶାଳ ସମାଗମ ହୋଇଥିଲା । ଏକ ହଜାରରୁ ଅଧିକ ସାଧାରଣ ଜନତା, ସାଧୁସନ୍ଥ ଓ ଅନୁଗାମୀ ଉପସ୍ଥିତ ରହି ପ୍ରାୟ ଦୁଇ ଘଂଟା ଧରି ଜଗଦଗୁରୁଙ୍କ ଆଶୀର୍ବଚନ ଶୁଣିଥିଲେ । ପରେ ସମୁହ ପ୍ରସାଦ ସେବନରେ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ । ଗତକାଲି ଠାରୁ ଜଗଦଗୁରୁ ଗ୍ରାଣ୍ଡମାର୍କ ଏକଜଟିକାରେ ଅନୁଗାମୀ ଶୁଭେନ୍ଦୁ ଦାସଙ୍କ ଘରେ ଅବସ୍ଥାନ କରୁଛନ୍ତି । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆପାର୍ଟମେଂଟରେ ଅଧବିାସୀ ଓ ସ୍ଥାନୀୟ ଅଞ୍ଚଳ ରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ସକାଳୁ ଶଙ୍କରାଚାର୍ଯ୍ୟଙ୍କ ଦଶର୍ନାର୍ଥୀମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ଯାଏଁ ଶଙ୍କରାଯାର୍ଚ୍ୟ ଗ୍ରାଣ୍ଡ୍ ମାର୍କ ଏକ୍ଜୋଟିକାରେ ଅବସ୍ଥାନ କରୁଛନ୍ତି ।

ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶଙ୍କରାଚାର୍ଯ୍ୟଙ୍କ ରାଷ୍ଟ୍ରୀୟ ସଂପର୍କ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଆଦିତ୍ୟବାହିନୀ ଭୁବନେଶ୍ୱର କ୍ଷେତ୍ରୀୟ ସଂପାଦକ ଶୁଭେନ୍ଦୁ ଦାସ, ଅନୁଗାମୀ ଅଜୟ କୁମାର ନାୟକ ଓ ସୌରୀରଂଜନ ପଣ୍ଡା ପ୍ରମୁଖ ଜଗଦ୍ଗୁରଙ୍କ ଏହି ଭୁବନେଶ୍ୱର ରହଣି କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି । ଆଜି ସଂଧ୍ୟାରେ ଭୁବନେଶ୍ୱର ଉପକଣ୍ଠ ଗଙ୍ଗପଡ଼ା ଠାରେ ଥିବା ଆଦ୍ୟାନ୍ତ +୨ ବିଜ୍ଞାନ ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ଉଦ୍ଘାଟନ କରିଛନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଆଦ୍ୟାନ୍ତ କଲେଜର ପ୍ତିଷ୍ଠାରା ଡକ୍ଟର ଅଜୟ ବାହାଦୂର ସିଂହଙ୍କ ଅଧ୍ୟତାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଭୁବନେଶ୍ୱରର ବହୁ ମାଣ୍ୟଗଣ୍ୟ ବ୍ୟକ୍ତିତ୍ୱଙ୍କ ସହ ଆଦ୍ୟାନ୍ତ ଓ ଆକାଶ ମହାବିଦ୍ୟାଳୟର ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆସନ୍ତାକାଲି ଅପରାହ୍ଣରେ ଜୟଦେବ ଭବନ ପରିସରରେ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେବା ପରେ ଶଙ୍କରାଚାର୍ଯ୍ୟ ପୁରୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top