Twin City

ରାଜଧାନୀରେ ଲାଗୁଛି ସିସିଟିଭି ସହିତ ସ୍ପିଡ୍ ଡିଟେକ୍ଟର

ରାଜଧାନୀ ଭୁବନେଶ୍ୱର ସାରା ଲାଗିବ ସିସିଟିଭି ସହିତ ସ୍ପିଡ୍ ଡିଟେକ୍ଟର । ଖସି ପାରିବେ ନାହିଁ ନିୟମ ଭଙ୍ଗ କରି ଚଳାଉଥିବା ଗାଡି ଚାଳକ । ଦୃତ ଗତିରେ ଗାଡି ଚଳାଇଲେ ମିଳିବ ଦଣ୍ଡ ତା ସହିତ ଘରକୁ ପହଁଚିବ ଜରିମାନା ନୋଟିସ । କମିଶନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଏସସିଏଲ (ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ) ପକ୍ଷରୁ ରାଜଧାନୀ ସାରା ସିସିଟିଭି ଲାଗିବ । ଏହା ସହିତ ୮ ଟି ସ୍ଥାନରେ ସ୍ପିଡ ଡିଟେକ୍ଟର ଲାଗିବା କାମ ଆରମ୍ଭ ହୋଇଛି । ଏବେ ସତସଙ୍ଗ ବିହାର ଛକ, ନୂଆପଲ୍ଲୀ ସ୍ଥିତ କ୍ରାଉନ ହୋଟେଲ ସମ୍ମୁଖ, ଖଣ୍ଡଗିରି ପେଟ୍ରୋଲ ପମ୍ପ ସାମ୍ନାରେ ଲାଗୁଥିବା ବେଳେ ସହର ଭିତରେ ସିବିଆଇ ଛକ, ସୁରକମ୍ପାନୀ ଛକ, ମାଷ୍ଟର କ୍ୟାଂଟିନ, ରୁପାଲି ଛକ, ନୂଆଗାଁ ଛକ ଆଦି ସ୍ଥାନରେ ସିସିଟିଭି ଲାଗୁଛି ।

ରାଜଧାନୀ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ କିମ୍ବା ସହର ଭିତର ରାସ୍ତା । ଏହି ରାସ୍ତାରେ ଯଦି କେହି ଧାର୍ଯ୍ୟ ଗତି ଠାରୁ ଅଧିକ ବେଗରେ ଗାଡି ଚଳାଇବ ତେବେ ଏହାର ଫଟୋ ସିସିଟିଭି କ୍ୟାମେରାରେ କଏଦ ହୋଇଯିବା ସହିତ ଚାଳକଙ୍କ ଘରକୁ କମିଶନରେଟ ପୁଲିସ ନୋଟିସ ପଠାଇବ । ଏହି ନୋଟିସକୁ ଅବମାନନା କରି ଧାର୍ଯ୍ୟ ସମୟରେ ଜରିମାନା ପଇଠ ନକଲେ କୋର୍ଟରେ ମାମଲା ରୁଜୁ ହେବ ।

ଜାତୀୟ ରାଜପଥରେ ଘଂଟା ପ୍ରତି ୮୫ କିଲୋମିଟର ବେଗରେ ଏବଂ ସହର ଭିତରେ ରାସ୍ତା ଏବଂ ଅଂଚଳ ଅନୁଯାୟୀ ଗାଡିର ଗତି ଧାର୍ଯ୍ୟ ହୋଇଛି । ବିଏସସିଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେଉଁ ରାସ୍ତାରେ କେତେ ସ୍ପିଡରେ ଗାଡି ଯିବ ତାହା ଜିଲ୍ଲାପାଳଙ୍କ ଦ୍ୱାରା ଧାର୍ଯ୍ୟ ହୋଇଛି । ଖୁବ ଶିଘ୍ର ଗାଡି ଗତି ସୂଚନା ବୋର୍ଡ ବିଭିନ୍ନ ସ୍ଥାନରେ ଲଗାଯିବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top