Feature

ରସଗୋଲା ଚଳଚିତ୍ର ନିର୍ମାଣକୁ ନେଇ ଅକ୍ଷୟ ପରିଜାଙ୍କ ବିରୋଧରେ ତେଜୁଛି ଜନ ଅସନ୍ତୋଷ

କପିଳାସ କୁମାର ବେହେରା ଙ୍କ ରିପୋର୍ଟ

ଓଡିଆ ପ୍ରଯୋଜକ ଅକ୍ଷୟ ପରିଜା “ରସଗୋଲା” ନାମକ ଏକ ବଙ୍ଗଳା ଚଳଚିତ୍ର ନିର୍ମାଣ କରିଛନ୍ତି । ପଶ୍ଚିମବଙ୍ଗରେ ରସଗୋଲାର ଉଦ୍ଭାବନ ହିୟଥିବା ଦର୍ଶାଇ ତିଆରି ହୋଇଥିବା ଏହି ବଙ୍ଗଳା ଚଳଚିତ୍ରକୁ ନେଇ ଓଡିଶାବାସୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

ଉଲ୍ଲେଖେଯାଗ୍ୟ ରସଗୋଲାକୁ ନେଇ ଓଡିଶା ସରକାର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ଟଣାଓଟରା ଚାଲିଥିଲା । ୨୦୧୬ ମସିହାରେ ଓଡିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏକ କମିଟି ରସଗୋଲାର ମୂଳ ଓଡିଶା ବୋଲି ପ୍ରମାଣ କରିଥିଲା । ଇତିହାସ କହେ ଶ୍ରୀମନ୍ଦିର ପରମ୍ପରାରେ ରସଗୋଲାର ନୈବେଦ୍ୟ ୮୦୦ ବର୍ଷ ପୂର୍ବରୁ ଭୋଗଲାଗି ଆସୁଅଛି । ଜଗନ୍ନାଥ ସଂସ୍କୃତି ସହ ରସଗୋଲା ଜଡିତ ଥିବାରୁ ରସଗୋଲାର ଜନ୍ମ ଓଡିଶାରେ ବୋଲି ଦାବି କରାଯାଏ । ଦାଣ୍ଡି ରାମାୟଣରେ ଭକ୍ତକବି ବଳରାମ ଦାସ ୫୦୦ ବର୍ଷ ତଳେ ରସଗୋଲା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ବିବେକାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଭାରତ ତଥା ଭାରତ ବାହାରେ ପରିଚିତ । ଉନବିଶଂ ଶତାବ୍ଦି ବେଳକୁ କେଳୁଚରଣ ବେହେରା ନାମକ ବ୍ୟକ୍ତି ପାହାଳରେ ରସଗୋଲା ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ ।

ଏହି କଥାକୁ ଜାଣି ମଧ୍ୟ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ରସଗୋଲା ପଶ୍ଚିମବଙ୍ଗର କହି ଏହି ବଙ୍ଗଳା ଚଳଚିତ୍ର ନିର୍ମାଣ କରିଛନ୍ତି । ଯାହାର ଟ୍ରେଲର ୟୁଟ୍ୟୁବରେ ଉପଲବ୍ଧ ହୋଇ ସାରିଛି । ଟ୍ରେଲରକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣା ପଡୁଛି ପଶ୍ଚିମବଙ୍ଗର ପ୍ରସିଦ୍ଧ ମିଠା ରସଗୋଲାର ଉଦ୍ଭାବକ ନବିନ ଦାସଙ୍କ ବାସ୍ତବିକ ଜୀବନ କାହାଣି ଉପରେ ଆଧାରିତ ହୋଇଛି ଏହି ରସଗୋଲା ଚଳଚିତ୍ର । ଗୋଟେ ରୋମାନଟିଂକ ହୃଦୟ ଏବଂ ବିଚକ୍ଷଣ ବୁଦ୍ଧି ଥିବା ଯୁବକ ଲୋକ ନବିନ ନିଜ ପତ୍ନୀ କ୍ଷୀରୋଦମନି ପାଇଁ ସବୁବେଳେ ସବୁଠାରୁ ସ୍ୱାଦିଷ୍ଟ ମିଠା ତିଆରି କରିବାରେ ନିଜର ହୃଦୟକୁ ଲଗାଇଛି । କିଛି ନୂଆ କରିବାର ପ୍ରୟାସ ପାଇଁ ଦୃଢ ସଙ୍କଳ୍ପ ନେଇଛି । ନବିନ ଚନ୍ଦ୍ରକୁ ବହୁ ପରୀକ୍ଷା ଓ ସମସ୍ୟାର ସମ୍ମୁଖୀନ୍ନ ହେବାକୁ ପଡିଛି । ଏହି ଚଳଚିତ୍ରରେ ସେ ତାଙ୍କ ଆତ୍ମିୟ ପରିଜନଙ୍କୁ ନିଜ ଠାରୁ ଅଲଗା କରିଦେଇଛନ୍ତି । ଉନବିଂଶ ଶତାବ୍ଦିରେ ପଶ୍ଚମବଙ୍ଗ ରସଗୋଲା ପ୍ରେମ, ସର୍ଘଷ ଏବଂ କିଛି ନୂଆ କରିବାର ଚିନ୍ତା, ଆକାକ୍ଷାଂର ନିର୍ଦ୍ଦୟ କାହାଣୀ ।

ଚଳିତ ବର୍ଷ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହୋଇଥିବା ମେକ ଇନ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣରେ ଯୋଗଦେଇ ଅକ୍ଷୟ ପରିଜା କହିଥିଲେ ମୁଁ ସବୁବେଳେ କାଳ୍ପନିକ ଏବଂ ସତ୍ୟ କାହାଣୀ ଉପରେ ଆଧାରିତ ସିନେମା ତିଆରି କରିବାକୁ ଚାହେଁ । ମୁଁ ଏପରି ଫିଲ୍ମ ନିର୍ମାଣ କରିବାକୁ ଚାହେଁ ଯେଉଁଥରପାଇଁ ମୁଁ ଆଗାମି ୧୦ ବର୍ଷ ଯାଏଁ ଗର୍ବ ଅନୁଭବ କରିବି । ଏଥିସହ ମୁଁ କେବେ ଅର୍ଥ ଉପାର୍ଜନ ପାଇଁ ସିନେମା ତିଆରି କରେନାହିଁ ।

ତେବେ ଅକ୍ଷୟ ପରିଜା ଜଣେ ଓଡିଶାର ବିଶିଷ୍ଟ ଚଳଚିତ୍ର ନିର୍ମାତା ହୋଇ ସେ କାହିଁକି ରସଗୋଲାର ଉଦ୍ଭାବନ କଲିକତାରେ ହୋଇଥିଲା ବୋଲି ଦର୍ଶାଇବାକୁ ଚାହାନ୍ତି ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଚଳଚିତ୍ରର ଟ୍ରେଲର ଦେଖି ଓଡିଶାବାସୀଙ୍କ ମନରେ ଅସନ୍ତୋଷ ଭାବ ଦେଖା ଦେଇଛି । ଏହି ଚଳଚିତ୍ର ରିଲିଜ ହେଲେ ଏହାକୁ ବିରୋଧ କରାଯିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top