Entertainment

ଯୌନ ନିର୍ଯାତନାର କାହାଣୀ ଖୁସି

ବର୍ଷା ଦିନର ସକାଳ । ଖୁସି ସ୍କୁଲ୍ ପାଇଁ ବାହାରିଛି । ଘରଠୁ ସ୍କୁଲ୍ ବେଶୀ ଦୂର ନଥାଏ । ସେଇ ଦିନ ଅପରାହ୍ନରେ ଖୁସିର ବାପା ପୋଲିସ୍ ପାଖରୁ ଏକ ଫୋନ୍ କଲ୍ ପାଇଛନ୍ତି । ଶୁଣିଛନ୍ତି ଅତ୍ୟନ୍ତ କଷ୍ଟଦାୟକ ଖବର । ଖୁସି ନିଷ୍ଠୁର ଭାବରେ ଯୌନ ଆଘାତ ପାଇ ଚିକିତ୍ସିତ ହେଉଛି ।ଏହା ପରେ ଖୁସିର ବାପାଙ୍କ ସହ କ’ଣ ଘଟୁଛି? ମାଆଙ୍କ ସହ କ’ଣ ଘଟୁଛି? ଆମ ସହ କ’ଣ ଘଟୁଛି? ଏମିତି ଅନେକ ଅକୁହା ଆବେଗକୁ ନେଇ ଏ କାହାଣୀ । ଏମିତି ଏକ ନାବାଳିକା ଯୌନ ନିର୍ଯାତନାର କାହାଣୀକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ର କଳାତ୍ମକ ସିନେମା ‘ଖୁସି’ ।

ଏହି ସିନେମା ଏବେ ନିର୍ମାଣାଧୀନ । ‘ଖୁସି’ ଚଳଚ୍ଚିତ୍ରର ପୋଷ୍ଟର ଲଂଚ ହୋଇସାରିଛି । ଏହି ଚଳଚ୍ଚିତ୍ରରେ ଜେଜେ ନାତୁଣୀଙ୍କ ସ୍ନେହଭରା ଅଭିନୟ ବେଶ୍ ଚମତ୍କାର ରହିଛି । ଜେଜେ ଭୂମିକାରେ ମିହିର ଦାସ ଓ ନାତୁଣୀ ଭୂମିକାରେ ଶିଶୁ କଳାକାର ଐଶ୍ୱର୍ଯ୍ୟାଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ସରୋଜ, କାବ୍ୟା ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top