Rural Odisha

ମୟୁରଭଞ୍ଜ ୧୨ ଘଂଟା ଚକା ବନ୍ଦ ଡାକରା

ଲକ୍ଷ୍ମୀଚାନ୍ଦ ଖଣ୍ଡେଲୱାଲଙ୍କ ରିପୋର୍ଟ

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ୟୁପିଏସସି କୋଚିଂ ସେଣ୍ଟରରୁ ବାଦ ଦେବା ଓ ମୟୁରଭଞ୍ଜ ଜିଲ୍ଲାରେ ଖାଲି ପଡିଥିବା ୨୨୦ ଡାକ୍ତରୀ ପଦ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ଚକା ବନ୍ଦ ଡାକରା ବିଜେପି ପକ୍ଷରୁ ଦିଆ ଯାଇଛି  । ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମୟୁରଭଞ୍ଜ ଜିଲ୍ଲାକୁ ଉପେକ୍ଷା କରାଯାଉଥିବାର ଅଭିଯୋଗ କରାଯାଇଛି  । ଏହାର ପ୍ରତିବାଦରେ ମଙ୍ଗଳବାର ସକାଳୁ ବିଜେପି କର୍ମି ମାନେ ବନ୍ଦ ପାଳନ କରୁଛନ୍ତି  ।

୧୮ ଓ ୪୯ ନମ୍ବର ଜାତୀୟ ରାଜପଥରେ ବିଜେପି କର୍ମୀ ମାନେ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିଛନ୍ତି  । ବନ୍ଦ ଡାକରା ଯୋଗୁଁ ଦୋକାନ, ବଜାର, ସରକାରୀ/ବେସରକାରୀ ସଂସ୍ଥା ଓ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି  ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top