Feature

ମୋଦିଙ୍କୁ ମନର କଥା କହିବାକୁ ଚାହୁଁଛି ମାଓ ଆକ୍ରମଣରେ ବାପାକୁ ହରାଇଥିବା ମାଲକାନଗିରି ଝିଅ !

“ବାପାଙ୍କ ପରି ମୋତେବି ମାରିଦେବେ ମାଓବାଦୀ । ମେ ୧୫ ତାରିଖରେ ବାପାଙ୍କୁ ପୁଲିସ ଇନଫରର୍ମର ଭାବି ମାଓବାଦି ମାନେ ଗଳା କାଟି ହତ୍ୟା କରିଥିଲେ । ଏବେ ଗ୍ରାମର କୌଣସି ଲୋକ ବଜାର କିମ୍ବା ମାଥିଲି ସହରକୁ କୌଣସି କାମରେ ଗଲେ ପୁଲିସକୁ ଖବର ଦେଉଥିବା ସଂଦେହରେ ମାଓବାଦୀ ମାନେ ତାକୁ ପିଟୁଛନ୍ତି । ଗରିବ ଆଦିବାସୀ ମାନଙ୍କୁ ଲାଠିରେ ମାଓବାଦି ମାନେ ପିଟନ୍ତି । ଲାଠି ମାଡରେ ଗୁରୁତର ହୋଇଥିବା ଲୋକଙ୍କୁ ଚିକିତ୍ସିତ ହେବାକୁ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ପାଇଁ ବାରଣ କରୁଛନ୍ତି । ଟେମୃପାଲି ପଂଚାୟତର କେରମେଟି, ତୁଳସୀ, ଖଟୁଆ ପଦର ଗ୍ରାମର ଯୁବତୀଙ୍କୁ ଭୟଭିତ କରି ମାଓବାଦୀ ମାନେ ଅଶାଳୀନ ବ୍ୟବହାର ମଧ୍ୟ କରୁଛନ୍ତି । ଅନେକ ଲୋକ ମାଓବାଦୀଙ୍କ ଭୟରେ ଗାଁ ଛାଡି ପଳାଉଛନ୍ତି ।”

ଏଭଳି ସାଂଘାତିକ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିବାକୁ ଚାହୁଁଛି ମାଲକାନଗିରିର ଗୋଟିଏ ନୀରିହ ଝିଅ । ପୂର୍ବତନ ସମିତି ସଭ୍ୟ ଜଗଦିଶ ସମରଥଙ୍କୁ କିଛିଦିନ ତଳେ ହତ୍ୟା କରିଥିଲେ ମାଓବାଦୀ । ତାଙ୍କ ଝିଅ ଅଚିତା ସମରଥ ଓ ପରିବାର ଆତଙ୍କରେ ଜୀବନ ବିତାଉଛନ୍ତି । ନିଜ ମନର କଥାକୁ ନେଇ ଅଚିତା ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ଏକ ଚିଠି । ଚିଠିରେ ରହିଛି ଦୁଃଖଦ ଜୀବନର କାହାଣୀ ଏବଂ ଜୀବନ ରକ୍ଷା ପାଇଁ ଆକୁଳ ନିବେଦନ । ଅଚିତା ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ମାଓବାଦୀଙ୍କ କବଳରୁ ତାଙ୍କ ପରିବାରକୁ ରକ୍ଷା କରିବେ । ମାଓବାଦୀଙ୍କ ଅତ୍ୟାଚାରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ ସାଧାରଣ ଳୋକେ ଅତିଷ୍ଠ ହୋଇପଡିଥବା ଜଣାପଡିଛି । କେବଳ ଜଗଦିଶ ସମରଥଙ୍କ ପରିବାର ନୁହଁନ୍ତି ତାଙ୍କ ଗାଁ ଓ ପଂଚାୟତବାସୀ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top