State

ମୁଖ୍ୟମନ୍ତ୍ରୀ ଗଞ୍ଜାମ ପୋଲିସ୍ ଉପରୁ ଚାପ ଉଠାଇବା ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଅନ୍ତୁ : ବିଜେପି ମହିଳା ମୋର୍ଚ୍ଚା

ପୋଲସରା ଗଣଦୁର୍ଷ୍କମ ଘଟଣାରେ ଶାସକ ଦଳର ନେତାଙ୍କର ସମ୍ପ୍ୃକ୍ତି ଥିବା କାରଣରୁ ଘଟଣା ଘଟିବାର ୫ ଦିନ ପରେ ବି ଆଜିଯାଏଁ ଅଭିଯୁକ୍ତ ଧରାପଡିନି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଗତକାଲି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧୀ ମଣ୍ଡଳୀ ପୋଲସରା ବ୍ଲକ ଧୁଳିଆଖଣ୍ଡ ଗାଁକୁ ଯାଇ ଘଟଣାର ସରଜମିନ ତଦନ୍ତ କରିବା ସହ ପୀଡିତା ପରିବାରକୁ ଭେଟି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ପୋଲସରା ଗଣଦୁର୍ଷ୍କମ ମାମଲାରେ ଶାସକ ଦଳର ସଂପୃକ୍ତି ଥିବାରୁ ପୋଲିସ ଏପର୍ଯ୍ୟନ୍ତ ଚୁପ୍ ରହିଛି । ଅନ୍ୟପଟେ ସ୍ଥାନୀୟ ରାଜନୈତିକ ଲୋକ ଏହି ଗଣଦୁର୍ଷ୍କମ କାଣ୍ଡରେ ସଂପୃକ୍ତ ଥିବାରୁ ପୋଲିସ ଅପରାଧୀଙ୍କୁ ଗିରଫ କରିବା ବଦଳରେ ପୀଡିତାଙ୍କ ପରିବାରକୁ ଧମକ ଚମକ ଦେଉଛି । ସେହି ପଂଚାୟତଟି ହେଉଛି ବିଧାୟକଙ୍କ ପଂଚାୟତ । ଯେଉଁ ଦିନ ଏହି ଗଣଦୁର୍ଷ୍କମ ଘଟିଛି ସେହି ଦିନ ହିଁ ବିଜେଡି ବିଧାୟକଙ୍କ ପଦଯାତ୍ରା ବହୁ ଧୁମ୍ଧାମରେ ବାଜା ରୋଷଣୀରେ ସେହି ପଂଚାୟତ ପରିକ୍ରମା କରିଛି । ଗାଁ ଲୋକଙ୍କ ସନ୍ଦେହ କିି ବିଜେଡିର କିଛି ବିଶୃଙ୍ଖଳା କର୍ମୀମାନେ ହିଁ ଏପରି ଅପକର୍ମ କରିଛନ୍ତି ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଯଦି ଦୁର୍ଷ୍କମ ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହେବ ତାହେଲେ ରାଜ୍ୟର ଆଉ କେଉଁ ଜିଲ୍ଲାର ଅବସ୍ଥା କ’ଣ ଥିବ ତାହା ବେଶ ଅନୁମେୟ ବୋଲି ଶ୍ରୀମତି ପରିଡା କହିଛନ୍ତି । ଗଂଜାମ ପୋଲିସ୍ ଏସିପି ଦୁର୍ଷ୍କକମକାରୀ କିଏ ତାହା ଜାଣି ବି କୌଣସି ପଦେକ୍ଷପ ନନେବା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ପିଡିତାର ଘରପାଖରେ ଏବଂ ଡାକ୍ତରଖାନାରେ ଅଯଥା ଭିଡ ଜମାଇ ବିଜୁଜନତା ଦଳର ନେତାମାନଙ୍କୁ ସେଠି ବସାଇ ଗାଁ ଲୋକଙ୍କୁ ଧମକ ଦେଉଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି । ସଂପୃକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଗଂଜାମ ପୋଲିସ୍ ଉପରୁ ଚାପ ଉଠାଇବା ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାପାଇଁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଏଭଳି ଦୁର୍ଷ୍କମକାରୀଙ୍କୁ ଦୁଷ୍ଟାନ୍ତମୂଳକ ଦଣ୍ଡାଦେଶ ଏବଂ କଠୋର କାର୍ଯ୍ୟନୁଷ୍ଠାନ ନନେବାରୁ ରାଜ୍ୟରେ ନାବାଳିକା ଝିଅଙ୍କ ଦୁର୍ଷ୍କମ କରିବା ଘଟଣା ବଢିବା ସହ ରାଜ୍ୟରେ ମହିଳାଙ୍କ ସ୍ଥିତି ସଙ୍ଗୀନ ହୋଇପଡିଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top