State

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ, ୩ ଲକ୍ଷ ଲୋକ ୧୧୧୨ଟି ଆଶ୍ରୟସ୍ଥଳରେ ସୁରକ୍ଷିତ, ପର୍ଯ୍ୟାପ୍ତ ରିଲିଫ ସହିତ ଅତ୍ୟାବଶ୍ୟକ ସେବା ଗୁଡିକୁ ତୁରନ୍ତ ପୁନଃସ୍ଥାପିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲିର ମୁକାବିଲାରେ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ଆଜି ୪.୩୦ ରୁ ୫.୩୦ ମଧ୍ୟରେ ପଲାସା ନିକଟରେ ଲ୍ୟାଣ୍ଡଫଲ କରିଛି । ଗତକାଲି ସୁଦ୍ଧା ରାଜ୍ୟର ଉପକୂଳବର୍ତୀ ଜିଲ୍ଲା ଗୁଡିକର ତଳିଆ ଅଂଚଳରୁ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ୧୧୧୨ ରିଲିଫ କ୍ୟାମ୍ପରେ ସୁରକ୍ଷିତ ରଖାଯାଇ ରିଲିଫ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ବର୍ତମାନ ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ଓଡିଶା ମଧ୍ୟ ଦେଇ ପଶ୍ଚିମବଙ୍ଗ ଆଡକୁ ଯିବାର ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ନଜର ରଖାଯିବା ସହିତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପରିସ୍ଥିତି ଉପରେ ନଜର ରଖି ପର୍ଯ୍ୟପ୍ତ ପରିମାଣରେ ରିଲିଫ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଗଜପତି ଜିଲ୍ଲା ଅପେକ୍ଷାକୃତ ଅଧିକ ପ୍ରଭାବିତ ହୋଇଛି । ଏହାଯୋଗୁଁ, କେତେକ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି । ପଶ୍ଚିମ ଓଡିଶା ବ୍ୟତିତ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । କ୍ଷତିଗ୍ରସ୍ଥ ଅଂଚଳରେ ବିଦ୍ୟୁତ ସରବରାହ, ପାନୀୟ ଜଳ ଯୋଗାଣ ଓ ସଡକ ଯୋଗାଯୋଗ ଆଦି ଜରୁରୀ ସେବାକାର୍ଯ୍ୟକୁ ତୁରନ୍ତ ପୁନଃସ୍ଥାପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ମାନେ ଫସଲ ଓ ଘରଭଙ୍ଗା ଆଦି କ୍ଷତି ଗୁଡିକୁ ଯଥାଶିଘ୍ର ଆକଳନ କରି ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସାମୁଦ୍ରିକ ଘୂର୍ଣ୍ଣଝଡ ତିତଲି ର ମୁକାବିଲା ପାଇଁ ୧୩ଟି ଏନଡିଆରଏଫ ସହିତ ଓଡ୍ରାଫ ବାହିନୀଙ୍କୁ ପ୍ରଭାବିତ ଜିଲ୍ଲା ମାନଙ୍କରେ ମୁତୟନ କରାଯାଇଛି । ଗଜପତି ଜିଲ୍ଲା ପାଇଁ ଆଉ ୨ଟି ଏନଡିଆରଏଫ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି । ପ୍ରଭାବିତ ଅଂଚଳରେ ରିଲିଫ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ପାଣିପ୍ଧଜ୍ଞ ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top