Market

ଭୁବନେଶ୍ୱରରୁ କୋଚି ଓ ଗୌହାଟିକୁ ଉଡିବ ବିମାନ

ଭୁବନେଶ୍ୱରରୁ କୋଚି ଓ ଗୌହାଟିକୁ ଶିଘ୍ର ବିମାନ ଉଡାଣ ଆରମ୍ଭ ହେବ । ଡିଜିସିଏ ପକ୍ଷରୁ ଉଡାଣ ସୂଚୀ ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ୱରରୁ ଦୁଇଟି ବିମାନ ଉଡାଣ ପାଇଁ ଅନୁମତି ମିଳିଛି । ନଭେମ୍ବର ୨୮ ରୁ ଇଣ୍ଡିଗୋ ଭୂବନେଶ୍ୱରରୁ କୋଚିକୁ ଏବଂ ଭୁବନେଶ୍ୱରରୁ ଗୌହାଟିକୁ ବିମାନ ଉଡାଣ କରିବାକୁ ଯାଉଛି । ଏନେଇ ମଧ୍ୟ ବୁକିଂ ଆରମ୍ଭ କରିଛି କମ୍ପାନୀ ।

ଉଡାଣ ସୂଚୀ ଅନୁଯାୟୀ କୋଚିରୁ ବିମାନ ୬ଇ୫୮୨ ସକାଳ ୫ ଟା ୩୫ ମି ରେ ଉଡାଣ ଆରମ୍ଭ କରି ଭୁବନେଶ୍ୱରରେ ୭ ଟା ୫୫ ରେ ଅବତରଣ କରିବ । ଏବଂ ଭୁବନେଶ୍ୱରରୁ ଇଣ୍ଡିଗୋ ବିମାନ ୬ଇ-୫୮୩ ସକାଳ ୮ ଟା ୨୫ ରେ ଉଡାଣ ଆରମ୍ଭ କରି ପୂର୍ବାହ୍ନ ୧୦ ଟା ୫୫ ରେ କୋଚିରେ ଅବତରଣ କରିବ । ସେହିଭଳି ଇଣ୍ଡିଗୋ ୬ଇ୭୨୬ ସକାଳ ୬ ଟା ୩୦ ମି ରେ ଭୂବନେଶ୍ୱରରୁ ଉଡାଣ ଆରମ୍ଭ କରି ସକାଳ ୮ ଟା ୧୫ ରେ ଗୌହାଟିରେ ଅବତରଣ କରିବ । ଏବଂ ବିମାନ ୬ଇ୭୩୧ ଗୌହାଟିରୁ ଅପରାହ୍ନ ୧ ଟା ୫୦ ରେ ଉଡାଣ ଆରମ୍ଭ କରି ଅପରାହ୍ନ ୩ ଟା ୩୦ ରେ ଭୁବନେଶ୍ୱରରେ ଅବତରଣ କରିବ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top