Sports

ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ: ୱେଷ୍ଟଇଣ୍ଡିଜ୍ ୨୯୫/୭

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍ ହରାଇ ୨୯୫ ରନ୍ ସଂଗ୍ରହ କରିଛି । ଦଳର ଅଲ୍ରାଉଣ୍ଡର୍ ରୋସ୍ତନ୍ ଚେଜ୍ ୯୮ ରନ୍ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନ ଆରମ୍ଭରୁ ଖେଳ ଭାରତ ସପକ୍ଷରେ ଥିଲା । ଭାରତୀୟ ବୋଲର୍ଙ୍କ ଶାଣିତ ବୋଲିଂର ସାମ୍ନା କରି ନପାରି ୱେଷ୍ଟଇଣ୍ଡିଜ୍ ମାତ୍ର ୧୧୩ ରନ୍ରେ ତା’ର ଅଧା ୱିକେଟ୍ ହରାଇ ସାରିଥିଲା ।

ତା’ପରେ ରୋସ୍ତନ୍ ଚେଜ୍ ଓ ଦଳର ଅଧିନାୟକ ଜାସନ୍ ହୋଲ୍ଡର୍(୫୨)ଙ୍କ ୧୦୪ ରନ୍ର ଶତକୀୟ ଭାଗୀଦାରି ବଳରେ ୱେଷ୍ଟଇଣ୍ଡିଜ୍ ୨୯୫ ରନ୍ର ସମ୍ମାନଜନକ ସ୍କୋର୍ କରିପାରିଛି । ଚେଜ୍ ତାଙ୍କ ପାଳିରେ ୧୭୪ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ୯୮ ରନ୍ କରି ଅପରାଜିତ ଅଛନ୍ତି ।ଭାରତର ସଫଳ ବୋଲର୍ ଭାବେ କୁଲ୍ଦୀପ ଯାଦବ ୭୪ ରନ୍ ଦେଇ ୩ଟି ୱିକେଟ୍, ଉମେଶ ଯାଦବ ୮୩ ରନ୍ ଦେଇ ୩ଟି ୱିକେଟ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪୯ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top