Sports

ଭାରତୀୟ ରଗ୍‍ବୀ ଦଳକୁ ଅଚ୍ୟୁତ ସାମନ୍ତଙ୍କ ଶୁଭେଚ୍ଛା

ଶୁକ୍ରବାରଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ୍‍ଠାରେ ୧୮ବର୍ଷରୁ କମ୍‍ ବାଳିକା ଏସିଆନ୍‍ ରଗ୍‍ବୀ ୭-ଏସ୍‍ ଚାମ୍ପିଅନ୍‍ସିପ୍‍ ଆରମ୍ଭ ହୋଇଛି । ଓଡ଼ିଶାରେ ରଗ୍‍ବୀ ଏସିଆନ୍‍ ଚାମ୍ପିଅନ୍‍ସିପ୍‍ ଆୟୋଜିତ କରାଇଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟମବୀ ନବୀନ ପ…ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗୁରୁବାର ଭାରତୀୟ ରଗ୍‍ବୀ ଦଳର ଖେଳାଳିମାନେ ଶ୍ରୀ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଭାରତୀୟ ରଗ୍‍ବୀ ଦଳକୁ ଶୁଭେଚ୍ଛା ଜଣାଇ ଦଳର ବିଜୟ କାମନା କରିବା ସହ ସେମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦଳ ଚାମ୍ପିଅନ୍‍ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ଦଶହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ସହ ନୈଶ୍ୟ ଭୋଜି, ରନର୍ସଅପ୍‍ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ୫ହଜାର ଟଙ୍କା ସହ ନୈଶ୍ୟଭୋଜି ଏବଂ ତୃତୀୟସ୍ଥାନରେ ରହିଲେ ସ୍ପୋର୍ଟସ ଡ୍ରେସ୍‍ ସହ
ନୈଶ୍ୟଭୋଜିରେ ସେମାନଙ୍କୁ ଆପ୍ୟାୟିତ କରାଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ ଭାରତୀୟ ଦଳରେ କିସ୍‍ର ୫ଜଣ ଖେଳାଳି ସୁମିତ୍ରା ନାୟକ, ସୋନୀ ମାଦାଙ୍ଗୀ, ଲିଜା ସରଦାର, ପାର୍ବତୀ କିସ୍କୁ ଏବଂ ଜେମାମଣି ନାୟକ ସ୍ଥାନ ପାଇଛନ୍ତି ।

ଓଡ଼ିଶାରେ କିସ୍‍ ରଗ୍‍ବୀର ପେଣ୍ଠସ୍ଥଳୀ ବୋଲି ଭାରତରେ ସମସ୍ତେ ଜାଣନ୍ତି ।୨୦୦୬ ମସିହାରୁ କିସ୍‍ରେ ରଗ୍‍ବୀ ଆରମ୍ଭ ହୋଇ କିସ୍‍ ରଗ୍‍ବୀ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି । କିସ୍‍ରେ ଉଭୟ ବାଳକ ଓ ବାଳିକା ଦଳ ୨୦୦୭ ମସିହାଠାରୁ କ୍ରମାଗତ ବିଭିନ୍ନ ଆନ୍ତର୍ଜାତୀୟ ଚାମ୍ପିଅନ୍‍ସିପ୍‍ରେ ସଫଳ ପ୍ରଦର୍ଶନ କରିଆସୁଛନ୍ତି । ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉତ୍ତମ ମାନର ପ୍ରଦର୍ଶନ ଲାଗି କିସରେ ବିଦେଶୀ କୋଚ୍‍ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏହି ଅବସରରେ ଓଡ଼ିଶାରେ ରଗ୍‍ବୀର ପ୍ରଚାର ଓ ପ୍ରସାର ଦିଗରେ ଦୀର୍ଘ ବର୍ଷ ଧରି ପ୍ରୟାସ ଜାରି ରଖି ଥିବା ଓଡ଼ିଶା ରଗ୍‍ବୀ ଆସୋସିଏସନ୍‍ର ସଭାପତି ତଥା ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ସାଧାରଣ ସଂପାଦକ ଉପେନ୍ଦ୍ର ମହାନ୍ତିଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି । ଏହା ବ୍ୟତୀତ ରାହୁଳ ବୋଷ ଓ ପ୍ରମୋଦ ଖାନ୍ନା ପ୍ରମୁଖ ରଗ୍‍ବୀକୁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଓ ବିଶେଷ କରି କିସ୍‍ ଖେଳାଳିଙ୍କୁ ବ୍ୟାପକ ଉତ୍ସାହିତ କରିଥିବା ଯୋଗୁଁ ଶ୍ରୀ ସାମନ୍ତ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top