Twin City

ଭାରତର ପ୍ରସିଦ୍ଧ ମନ୍ଦିରମାନଙ୍କ ବେଶ ପରମ୍ପରା ଶୀର୍ଷକ ପ୍ରଥମ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ

ସମଗ୍ର ପୃଥିବୀରେ ପବିତ୍ର ଭାରତ ବର୍ଷ ଦେବଭୂମି ରୂପେ ପୁରାଣ ବିଦିତ । ଚାରିଧାମ ସମେତ ଅନେକ ଆଧ୍ୟାତ୍ମିକ ନଗରୀରେ ସୁପ୍ରତିଷ୍ଠିତ ପ୍ରାଚୀନ ମନ୍ଦିର ମାନଙ୍କର ବେଶ ପାରମ୍ପରା ସ୍ୱତନ୍ତ ତଥା ଅନନ୍ୟ ଅଟେ । ପ୍ରଥମ ଥର ନିମନ୍ତେ ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ମନ୍ଦିର ମାନଙ୍କର ଦୈନନ୍ଦିନ ଓ ଯାନିଯାତ୍ରା ସମୟରେ ଅନୁଷ୍ଠିତ ବେଶମାନ ସମ୍ବନ୍ଧରେ ବିଦ୍ୱାନମାନେ ତଥ୍ୟ ସଂଗ୍ରହ ପୂର୍ବକ ଲିକଲୋଚନକୁ ଆଣିବା ଫଳରେ ଭାରତର ବିଭିନ୍ନ ଅଞ୍ଚଳର ଦେବୀମାନଙ୍କ ବେଶ ପରମ୍ପରା ସମ୍ପର୍କରେ ଭକ୍ତମାନେ ବିଶେଷ ଭାବେ ଜ୍ଞାନ ଅର୍ଜ୍ଜନ କରିପାରିବେ ବୋଲି ସ୍ଥାନୀୟ ନାଲ୍କୋ ନଗର କମ୍ୟୁନିଟି ସେଣ୍ଟର ଅଡିଟୋରିୟମ୍ ଠାରେ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ନାଲ୍କୋ ନଗର ମନ୍ଦିର କମିଟିର ଆନୁକୂଲ୍ୟରେ ଆୟୋଜିତ ଏକ ଦିବସୀୟ ବ୍ୟାପି ଜାତୀୟ ଆଲୋଚନାଚକ୍ରରେ ମାନ୍ୟଗନ୍ୟ ଅତିଥିମାନେ ମତ ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ସ୍ତୋତ୍ର ଅବୃତି ମଧ୍ୟରେ ଏକ ଭାକ୍ତିକ ପରିବେଶ ମଧ୍ୟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବିଶିଷ୍ଟ ଅତିଥି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ୍ତ କିମାର ମହାପାତ୍ର, ଆଇ.ଏ.ଏସ୍. ଏବଂ ନାଲ୍କୋ ସି.ଏମ୍.ଡ଼ି. ଡଃ ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଥିଲା ।

ଆଲୋଚନାଚକ୍ରର ସଭାପତି ରୂପେ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଲକାନ୍ତ ମିଶ୍ର ଓ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଦ୍ୟାଳୟ, ବିହାରର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦାନ କରିଥିଲେ । ଆଲୋଚନାଚକ୍ରର ନିର୍ଦ୍ଦେଶକ ଡଃ ଭାସ୍କର ମିଶ୍ର ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନକରିବାପରେ ନୀଳାଦ୍ରି ଟ୍ରଷ୍ଟ ପକ୍ଷରୁ ଏହାର ଆଭିମୁଖ୍ୟ ସମ୍ପର୍କରେ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ବକ୍ତବ୍ୟ ରଖିଥିଲେ । ଉପାଧ୍ୟକ୍ଷ ଶ୍ରୀ ନନ୍ଦ କିଶୋର ଜେନା ଧନ୍ୟବାଦାର୍ପଣ ଜଣାଇଥିଲେ । ଏହି ଆଲୋଚନାଚକ୍ରରେ ନଭିମୁମ୍ବାଇ, ତିରିପତି, ବନାରସ, ଗୁଜୁରାଟ, କୋଲକାତା, ବୃନ୍ଦାବନ ସମେତ ଓଡ଼ିଶାର ବହୁ ବିଦ୍ୱାନ, ଗବେଷକମାନେ ଅଂଶ ଗ୍ରହଣ କରି ସନ୍ଦର୍ଭ ଉପସ୍ଥାପନା କରିଥିଲେ । ଏଥିରେ ସିଦ୍ଧବିନାୟକ ମନ୍ଦିର, ବାଲାଜୀ ଭେଙ୍କଟେଶ୍ୱର, ମୀନାକ୍ଷୀ ମନ୍ଦିର, ପଦ୍ମାବତୀ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବଜୀଉ, ବୃନ୍ଦାବନ ଶ୍ରୀଶ୍ୟାମସୁନ୍ଦର ଜୀଉ, ବନାରସର କାଶୀବିଶ୍ୱନାଥ, ରାମେଶ୍ୱର, ସୀମାଂଚଳର ଶ୍ରୀନୃସିଂହ, ଯାଜପୁରର ବିରଜା, କଣ୍ଟିଲୋ ଶ୍ରୀଣୀଳମାଧନ, ଅଲାରନାଥ, ସତ୍ୟବାଦୀର ଶ୍ରୀସାକ୍ଷୀଗୋପାଳ, କେଉଁଝର, ନୟାଗଡ଼, ଓଡ଼ଗାଁ, ହଗତସିଂହପୁର, ବାରିପଦା, ବାଲେଶ୍ୱର, କଟକ, ଖୋର୍ଦ୍ଧା ପ୍ରଭୃତି ଅଞ୍ଚଳର ପ୍ରସିଦ୍ଧ ଦେବଦେବୀ ମନ୍ଦିର ମାନଙ୍କରେ ବେଶ ପରମ୍ପରା ଉପରେ ଡକ୍ଟର ବିଜୟ ନାରାୟଣ ରାମାନୁଜ ଦାସ, ପ୍ରଫେସର ପ୍ୟାରୀ ପଟ୍ଟନାୟକ, ଡଃ ଜନ୍ମେଜୟ ଚୌଧୁରୀ, ଡଃ ଅସିତ ମହାନ୍ତି, ଡଃ କଲ୍ୟାଣୀ ନନ୍ଦୀ, ଡଃ ତୁଳସୀ ଓଝା, ଡଃ ଉମେଶ ଚିହ୍ନରା, ଶ୍ରୀ ମୁରଲୀଧର ପଲ୍ଲ୍ାଇ,ମହନ୍ତ ଶ୍ରୀ ସୁବଳ ଚରଣ ଦାସଜୀ, ଡଃ ଗଙ୍ଗାଧର ପଣ୍ଡା, ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ, ଡଃ ଜ୍ଞାନ ରଞ୍ଜନ ପଣ୍ଡା, ପଣ୍ଡିତ ରଘୁନନ୍ଦନ ପଣ୍ଡା, ଗବେଷକ ନୀଳମଣି ସୁଆର, ଶ୍ରଦ୍ଧାଞ୍ଜଳି କାନୁନ୍ଗୋ, ପ୍ରଫେସର ଜୟକୃଷ୍ଣ ଦାସ ପ୍ରମୁଖ ଆଲୋକପାତ କରିଥିଲେ । ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ ଅଧ୍ୟପକ ସୁନୀଲ ରଥ ଓ ଆଡେଭୋକେଟ୍ ପୂର୍ଣ୍ଣଚନ୍ଦ୍ର ଦାସ । ଟ୍ରଷ୍ଟ ପକ୍ଷରୁ ସୁମିତ୍ରା ଜେନା, ଦେବେନ୍ଦ୍ର କୁମାର ଦାସ, ରବି ରାୟ, ରାଧାବଲ୍ଲଭ ସିଂ, ମହେଶ ନାୟକ ପ୍ରମୁଖ ସହାୟତା କରିଥିଲେ ।

ଏଥି ପୂର୍ବରୁ, ଗତ କାଲି ପୁରାଣ ପ୍ରସିଦ୍ଧ ଶ୍ରୀନୀଳାଚଳ କ୍ଷେତ୍ରାଧିପତି ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିରଳ ରଘୁନାଥ ବେଶ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଆଧ୍ୟାତ୍ମିକ ପରିବେଶରେ ସ୍ଥାନୀୟ ନାଲ୍କୋ ନଗର କମ୍ୟୁନିଟି ସେଂଟର ଦୁର୍ଗାମଣ୍ଡପ ଠାରେ ଉଦ୍ଘାଟିତ ହୋଇଥିଲା । ଏହି ଉପଲକ୍ଷେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରୁ ଅସିଥିବା ପ୍ରସାଦି ମାଳ ଓ ହୃଦପଦକ, ଗୁଣା, ଝୁମ୍ପା, ଅଧରମାଳ ଇତ୍ୟାଦି ବରିଷ୍ଠ ମଠାଧୀଶ, ସେବକ ଓ ଚାରଣ ଗୋଷ୍ଠୀ ସଦସ୍ୟମାନଙ୍କ ଉପସ୍ଥିତିରେ ନାଲ୍କୋ ସି.ଏମ୍.ଡ଼ି. ଗ୍ରହଣ କରିଥିଲେ ଓ ବେଶ ମଣ୍ଡପ ନିକଟକୁ ବିଜେ କାରାଯାଇଥିଲା । ଉଦ୍ଘାଟନୀ ସମାରୋହରେ ଉଦ୍ଘାଟକ ରୂପେ ନାଲ୍କୋ ସି.ଏମ୍.ଡ଼ି. ଡଃ ତପନ କୁମାର ଚାନ୍ଦଙ୍କ ସମେତ ବିଶିଷ୍ଟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ଡଃ ରଘୁନାଥ ମହାପାତ୍ର, ଜେ. ଏସ୍. ପି. ଏଲ୍ ଟ୍ରଷ୍ଟର ସଭାପତି ଶ୍ରୀମତୀ ସାଲୁ ଜିନ୍ଦଲ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଡଃ ସୁବାସ ପାଣି ପ୍ରମୁଖଙ୍କ ଗାରିମାମୟ ଉପସ୍ଥିତିରେ ମହାପ୍ରଭୁଙ୍କର ରଘୁନାଥ ବେଶ ପ୍ରଦର୍ଶନର ଶୁଭାରମ୍ଭ ହୋଇଥିଲା । ଉଦ୍ଘାଟନ ସମୟରେ ମଠାଧୀଶ, ସାଧୁ, ସନ୍ଥ, ସେବକ, ଭକ୍ତବୃନ୍ଦ ହରିବୋଲ୍, ହୁଳହୁଳି, ଶଙ୍ଖ ଧ୍ୱନି ସମେତ ଚାମର, ଆଲଟ ସେବା ଓ ଆଳତୀ ସମ୍ପନ୍ନ ହୋଇଥିଲା । ନିଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ଓ ନାଲ୍କୋ ନଗର କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବେଶ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ମଣ୍ଡପ ପରିସର ଠାରେ ଶ୍ରୀଜଗନ୍ନାଥ ଚେତନା ସମ୍ବଳିତ ଆଧ୍ୟାତ୍ମିକ ପୁସ୍ତକ କେନ୍ଦ୍ର, ପ୍ରସାଦ ବିତରଣ କେନ୍ଦ୍ର ସମେତ ପାରମ୍ପାରିକ ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା । ବ୍ରହ୍ମଦାରୁ ସ୍ମରାମି ଅନୁଷ୍ଠାନ ପକ୍ଷରୁ ଏହି ଭବ୍ୟ ଆଧ୍ୟାତ୍ମିକ ସଂଗୀତ ଭକ୍ତମାନଙ୍କ ପାଇଁ ସମର୍ପିତ ହୋଇଥିଲା ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top