Feature

ବ୍ଲାକ ସ୍ପଟ୍ ର ପ୍ରତିକାର କରିବା ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ରାଜ୍ୟରେ ପ୍ରତ୍ୟେକ ଦିନ ଦୁର୍ଘଟଣା, ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସଡକ ଦୁର୍ଘଟଣା ଜନିତ ମୃତ୍ୟୁରେ ସମଗ୍ର ଦେଶରେ ଓଡିଶାର ସ୍ଥାନ ସପ୍ତମ ବୋଲି ସଡକ ନିରାପତ୍ତା ସୁପ୍ରିମ କୋର୍ଟର ଏକ ସ୍ୱତନ୍ତ୍ର କମିଟିର ରିପୋର୍ଟରୁ ଜଣାପଡିଛି । ଓଡିଶାରେ ୨୦୧୬ ମସିହାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକ ସଂଖ୍ୟା ୪୪୬୩ ଏବଂ ୨୦୧୭ ମସିହାରେ ପ୍ରାଣ ହରାଇଥିବା ଲୋକ ସଂଖ୍ୟା ୪୭୯୦ । ଗତ କିଛି ମାସ ପୂର୍ବରୁ ଭଦ୍ରକର ଜାତୀୟ ରାଜପଥ ଉପରେ ଥିବା ରାଣୀପୋଲ ରେ ଦୁର୍ଘଟଣା ଘଟି ୮ ଜଣ ନିରୀହ ଛାତ୍ରଛାତ୍ରୀଙ୍କର ଜୀବନ ଯାଇଥିଲା । ରାଜଧନୀର ଖଣ୍ଡଗିରି ମଧ୍ୟ ରାଜ୍ୟର ଅନ୍ୟ ଏକ ଦୁର୍ଘଟଣାପ୍ରବଣ ସ୍ଥାନ । ଏହି ଦୁଇ ସ୍ଥାନ କେବଳ ଦୁର୍ଘଟଣାପ୍ରବଣ ସ୍ଥାନ ନୁହେଁ । ସାରା ରାଜ୍ୟରେ ପାଖାପାଖି ୨୫୯ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି । ଏଭଳି ନିଦ୍ଧିଷ୍ଟ ସ୍ଥାନରେ କାହିଁକି ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଏହାର କାରଣ ଖୋଜିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି ।

ଏହି ସବୁ ଦୁର୍ଘଟଣାପ୍ରବଣ ସ୍ଥାନ ଗୁଡିକୁ ଗବେଷଣା କରି ଏହାର ରହସ୍ୟ ବାହାର କରିବା ପାଇଁ ବିଶେଷଜ୍ଞ ମାନଙ୍କୁ ନେଇ ଏକ ବ୍ଲାକ ସ୍ପଟ୍ ଗଠନ କରାଯାଇଛି । ରାଜ୍ୟରେ ବ୍ଲାକ ସ୍ପଟ୍ ଚିହ୍ନଟ କରାଯାଇ ଏହାର ପ୍ରତିକାର କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ମୁଖ୍ୟଯନ୍ତ୍ରୀ ବାଣିଜ୍ୟ କମିଶନରଙ୍କ ନିକଟକୁ ପତ୍ର ଦେଇଛନ୍ତି । ରାଜ୍ୟର ବିଭିନ୍ନ ରାସ୍ତା ମାନଙ୍କରେ କେତେକ ନିର୍ଦ୍ଧିଷ୍ଟ ସ୍ଥାନ ମାନଙ୍କରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । କାହିଁକି ଏସବୁ ସ୍ଥାନ ମାନଙ୍କରେ ଦୁର୍ଘଟଣା ଘଟୁଛି ଏହା ଉପରେ ଅଧିକ ଗବେଷଣା କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ ବ୍ଲାକ୍ ସ୍ପଟ୍ର କାରଣ ଲକ୍ଷଣ ଓ ପ୍ରତିକାର ପାଇଁ ସରକାରଙ୍କ ପକ୍ଷରୁ ଏକ ବ୍ଲାକ ସ୍ପଟ୍ କମିଟି ଗଠନ କରାଯାଇଛି । ଜଣେ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଗଢାଯାଇଥିବା ବ୍ଲାକ ସ୍ପଟ୍ କମିଟିରେ ଜଣେ ନିର୍ବାହୀ ଯନ୍ତ୍ରୀ ଓ ଜଣେ ରୋଡ ସେଫ୍ଟି ଅଡିଟର ସଦସ୍ୟ ଅଛନ୍ତି । ନିର୍ବାହୀ ଯନ୍ତ୍ରୀମାନେ ପ୍ରଦାନ କରିଥିବା ରିପୋର୍ଟରେ ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରପଡା, ଏବଂ କେନ୍ଦୁଝର ଭଳି ଜିଲ୍ଲା ମାନଙ୍କରେ ସର୍ବାଧିକ ବ୍ଲାକ ସ୍ପଟ୍ ଚିହ୍ନଟ କରାଯାଇଛି ଏବଂ ଏଥିରେ ବହୁ ଧନ ଜୀବନ ନଷ୍ଟ ହେଉଛି ବୋଲି ମଧ୍ୟ କୁହାଯାଇଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top