National International

ବିଶିଷ୍ଟ ଓଡିଆ କଣ୍ଠଶିଳ୍ପୀ ଜୟଶ୍ରୀ ଧଳଙ୍କ ଜନ୍ତର ମନ୍ତର ରେ ସଂଗୀତ ପରିବେଷଣ

ସାଇବାବାଙ୍କ ମହାସମାଧି ନେବାର ୧୦୦ ବର୍ଷ ପୂର୍ତୀ ଅବସରରେ ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ଠାରେ ବିଶିଷ୍ଟ ଓଡିଆ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରିଥିଲେ । ପ୍ରକାଶ ଥାଉକି ଦିଲ୍ଲୀର ଜନ୍ତର ମନ୍ତର ଠାରେ ଶ୍ରୀ ସାଇବାବାଙ୍କ ମହାସମାଧି ନେବାର ୧୦୦ ବର୍ଷ ଅତିବାହିତ ହୋଇଯାଇଛି । ଏହି ଅବସରରେ ସାଇ ଜାଗ୍ରତି ଜ୍ୟେତି ଜୁଲୁସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସମଗ୍ର ପ୍ରଥିବୀର ସମସ୍ତ ମାନବ ଜାତିକୁ ସମାନ ଭାବରେ ଗୋଟିଏ ଡୋରିରେ ବାନ୍ଧି ଏକତ୍ରିତ କରିବା । ଏହି ଅବସରରେ ହଜାର ହଜାର ସଂଖ୍ୟାରେ ସାଇ ଭକ୍ତଙ୍କର ସମାରୋହ ହୋଇଥିଲା । ସାଇନାମ ପ୍ରାର୍ଥନା ସଭା ସହିତ ଭଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ଭଜନ କାର୍ଯ୍ୟକ୍ରମରେ ଓଡିଆ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଂଗୀତ ପରିବେଷଣ କରିଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top