State

ବିଭିନ୍ନ ପୁରସ୍କାର ପାଇଁ ନାଲ୍କୋ ପକ୍ଷରୁ ଆବେଦନପତ୍ର ଆହ୍ୱାନ

ବିଗତ ବର୍ଷ ପରି ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ଜାନୁୟାରୀ ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଦାନ କରାଯିବାକୁ ଥିବା ବିଭିନ୍ନ ପୁରସ୍କାର ପାଇଁ ଆବଦନପତ୍ର ଆହ୍ୱାନ କରାଯାଇଛି । ବିଭିନ୍ନ ପୁରସ୍କାର ମଧ୍ୟରେ ଦିବ୍ୟାଙ୍ଗଜନ / ଶିଶୁମାନଙ୍କ ହିତସାଧନ ଓ ଥଇଥାନ ନିମନ୍ତେ କାର୍ଯ୍ୟ କରୁଥିବା ଅନୁଷ୍ଠାନଙ୍କ ପାଇଁ ନାଲ୍କୋ ସ୍ମାଇଲ୍ସ ପୁରସ୍କାର, ସଂସ୍କୃତ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍କୃତ ବିଶାରଦଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନାଲ୍କୋ କାଳିଦାସ ପୁରସ୍କାର, ଓଡ଼ିଶାରେ ଆଇଟି ଏବଂ ଆଇଟି ସେବା ସମ୍ବଳିତ ଷ୍ଟାର୍ଟ୍ ଅପ୍ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶରେ ନାଲ୍କୋ ବୈଷୟିକ ଉତ୍କର୍ଷ ପୁରସ୍କାର ଅଥବା ଅଭିନବ ବ୍ୟବସାୟିକ ମଡେଲ୍, ସେବା କିମ୍ବା ପ୍ରକ୍ରିୟା ଇତ୍ୟାଦି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଉଦ୍ୟୋଗଗୁଡ଼ିକୁ ପୁରସ୍କୃତ କରିବା ପାଇଁ ନାଲ୍କୋ ଷ୍ଟାର୍ଟ୍ ଅପ୍ ପୁରସ୍କାର ଆଦି ଅନ୍ତର୍ଭୁକ୍ତ ।

ସେହିପରି, ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସ୍ୱିକୃତୀ ପ୍ରଦାନ ଏବଂ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଗୁରୁଙ୍କ ପାଇଁ ନାଲ୍କୋ ଖାରବେଳ ପୁରସ୍କାର ନିମନ୍ତେ ମଧ୍ୟ ଆବେଦନପତ୍ର ଆହ୍ୱାନ କରାଯାଇଛି । ଏହି ପୁରସ୍କାରଗୁଡ଼ିକ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୮ ଧାର୍ଯ୍ୟ ହୋଇଛି । ପୁରସ୍କାରଗୁଡ଼ିକ ସମ୍ବନ୍ଧୀୟ ବିସ୍ତୃତ ବିବରଣୀ କମ୍ପାନୀର ୱେବ୍ସାଇଟ୍ www.nalcoindia.com ରେ ଉପଲବ୍ଧ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top