Rural Odisha

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 7 ହାତୀ ମୃତ

ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗ୍ରାମ ନିକଟରେ ୧୧ କେ.ଭି ତାର ଲାଗି ୭ଟି ହାତୀର ମୃତ ହୋଇଛି । ଗତ କିଛି ଦିନ ହେବ ସେହି ଅଞ୍ଚଳରେ ହାତୀ ମାନେ ଘୁରି ବୁଲି ବ୍ୟାପକ କ୍ଷୟ କ୍ଷତି କରୁଥିବା ଅଞ୍ଚଳ ବାସି ବନ ବିଭାଗକୁ ଜଣାଉଥିଲେ । ତେବେ ବନ ବିଭାଗ କୌଣସି ଖବର ନେଉ ନ ଥିଲେ।  ଏପରି ଘଟଣା ପାଇଁ ବନ ବିଭାଗ ଦାୟୀ ବୋଲି ଅଞ୍ଚଳ ବାସି କହିଛନ୍ତି ।  

ନିୟମ ଅନୁସାରେ ବିଦ୍ୟୁତ୍ ତାର ୧୭ ଫୁଟ୍ ଉଚ୍ଚରେ ଟଣାଯିବା କଥା। ହେଲେ ଏଠାରେ ସବୁ ନିୟମକୁ ବେଖାତିର କରି ତାର ମାତ୍ର ୮ ଫୁଟ୍‌ ଉଚ୍ଚରେ ଟଣା ଯାଇଥିଲା। ହାତୀଗୁଡ଼ିକ ଉକ୍ତ ସ୍ଥାନ ଦେଇ ଅତିକ୍ରମ କରିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଏତେ ବଡ଼ ଦୁର୍ଘଟଣା ହୋଇଗଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। 

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top