Rural Odisha

ବିଦେଶୀ ପାଳିଲେ ଦୀପାବଳି

ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ଆଲୋକର ପର୍ବ ଦୀପାବଳି ସ୍ୱତନ୍ତ୍ର । ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦିପାବଳି ପାଳନର ଉଦ୍ଦେଶ୍ୟ, ଏହି ପର୍ବରେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଜ୍ଜ୍ୱଳିତ କରିବା । ତେବେ ଏହି ପର୍ବକୁ କେବଳ ଭାରତର ଲୋକେ ପାଳନ କରନ୍ତି କହିବା ଭୁଲ । ବିଦେଶୀମାନେ ମଧ୍ୟ ଏହି ପର୍ବକୁ ଧୁମଧାମର ସହକାରେ ପାଳନ କରିଥିବାର ଦେଖାଯାଇଛି ।

କୋଣାର୍କ ରାମଚଣ୍ଡୀ ମୂହାଣରେ ଥିବା ଏକ ଘରୋଇ ରିସୋର୍ଟ ପରିସରରେ ମଙ୍ଗଳବାର ସଂଧ୍ୟାରେ ଫ୍ରାନ୍ସ, ଅଷ୍ଟ୍ରେଲିଆ, ରୁଷିଆରୁ ୩୧ ଜଣ ବିଦେଶୀ ପର୍ଯ୍ୟଟକ ୫୦ ଜଣ ଭାରତୀୟ ପର୍ଯର୍୍ୟଟକଙ୍କ ସହ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ବାଣ ନଫୁଟାଇ ମାଟି ଦୀପ ଓ କାଉଁରିଆ କାଠି ଜଳାଇ ବଡବଡୁଆ ଡାକିଥିଲେ । ଏବଂ ସେଠାରେ ପ୍ରସ୍ତୁତ ହୋଇଥିବା ଭାରତୀୟ ଖାଦ୍ୟକୁ ମଧ୍ୟ ବିଦେଶୀମାନେ ଖାଇଥିଲେ । ଓଡିଶାର ରସଗୋଲାର ମଜା ନେଇ ପରସ୍ପରକୁ ମିଠା ଖୁଆଇଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top