Twin City

ବିଦେଶୀ ଟୁର ଅପରେଟର ଓଡ଼ିଶାର ସୌନ୍ଦର୍ଯ୍ୟ ଦେଖି ବିମୋହିତ

ଆଜି ଏକାମ୍ର ଐତିହ୍ୟ ପଦଯାତ୍ରା, ପୁରୁଣା ଭୁବନେଶ୍ୱରରେ, ସାମିଲ ହୋଇଥିଲେ ୧୫୪ ଜଣ ପର‌୍ୟ୍ୟଟକ। ଏଥିରୁ ୨୬ ଜଣ ବିଭିନ୍ନ ଦେଶରୁ ଆସିଥିବା ଟୁର ଅପରେଟର ଯେଉଁମାନେ ଓଡିଶା ଟ୍ରାଭେଲ ବଜାରରେ ଆସିଛନ୍ତି ପ୍ରତିନିଧିତ୍ବ କରିବାକୁ। ୯୩ ଛାତ୍ର ଆସିଥିଲେ ଆଇ ଆଇ ଟି ଭୁବନେଶ୍ୱରରୁ। ସାଧାରଣ ପର‌୍ୟ୍ୟଟକ ହିସାବରେ ଆସିଥିଲେ ୩୫ ଜଣ। ମ।ଇକେଲ ବିନ୍ଦର ଯିଏକି ଅଷ୍ଟ୍ରିଆରୁ ଆସିଥିଲେ, କହିଲେ ଅନ୍ତର୍ଜାତୀୟ ବିମାନ ସେବାରେ ଏବେବି ଆହୁରି ପରିବର୍ତ୍ତନର ଆବଶ୍ୟକତା ରହିଛି। ଦିଲ୍ଲୀରୁ ଆସିବା ନେଇ ତାଙ୍କର ଏକ ଘଟଣା ବିଷୟରେ କହିବାବେଳେ ସେ ଥରେ ଏହି କାରଣରୁ ଫ୍ଲ।ଇଟ ମିସ କରିଥାନ୍ତେ ବୋଲି କହି, କହିଲେଯେ ର-ଭିସାର ପ୍ରଚଳନ ହେଲେ ଏବଂ ଅଧିକ ସିଧା ବିମାନ ସେବା ଉପଲବ୍ଧ ହେଲେ ଅନେକ ବିଦେଶୀ ଯାତ୍ରୀ ଭୁବନେଶ୍ୱର କୁ ଆସିବେ।ଫ୍ରାନ୍ସ ରୁ ଆସିଥିବା ଗାଏ ହଗେଗ କହିଲେ ଯେ ପର‌୍ୟ୍ୟଟନ ସ୍ଥଳୀରେ ପ୍ରଦୂଷଣକୁ କମ କରିଲେ ଏବଂ ପର‌୍ୟ୍ୟଟନ ପାଇଁ ଆହୁରି ପ୍ରଫେସନଲ ସୃଷ୍ଟି କଲେ ଓଡିଶା ପର‌୍ୟ୍ୟଟନ କ୍ଷେତ୍ରରେ ଇତିହାସ ରଚିବ।ରିତା ଏର୍ଡୋସି, ଯିଏକି ହଙ୍ଗେରି ରୁ ଆସିଥିଲେ, କହିଲେ ଓଡିଶା ମୋତେ ବିମୋହିତ କରିଛି। ସିସିଲିଆ ପୁୟୁରିତସ ଯିଏକି ସୁଇଡେନର ଝଗ୍ଧକ୍ଟମଳଷକ୍ଟକ୍ଷଜ୍ଞ ସହରରୁ ଆସିଥିଲେ, କହିଲେ ଓଡିଶା ଭାରତର ଏକ ସୁନ୍ଦର ରହସ୍ୟମୟ ସ୍ଥାନ ଏବଂ ଏହାକୁ ଏମିତି ରହସ୍ୟମୟ ହୋଇ ରଖିବା ଦରକାର। ଅଂଜିରା ଷୋମଜାଇ ଯିଏକି ଥାଇଲାଣ୍ଡରୁ ଆସିଥିଲେ, ସିଏ ଓଡ଼ିଶାରେ ବହୁତ ସମ୍ଭାବନା ଥିବା କଥା କହିଲେ। ଲିଂଲିର ୟୁ ଯିଏକି ଚୀନରୁ ଆସିଥିଲେ, କହିଲେ ସୁନ୍ଦର ମନ୍ଦିର ଆଉ ସୁନ୍ଦର ମଣିଷମାନଙ୍କ ଦେଶ ଓଡିଶା।

ଆଇଆଇଟି ଭୁବନେଶ୍ୱର ର ପ୍ରଫେସର ଶାନ୍ତନୁ ପ।ତ୍ର କହିଲେ ପିଲାମନେ ବହୁତ ଜାଣିଲେ ଇତିହାସ ଆଉ ମନ୍ଦିର ବିଷୟରେ। ଆଇ ଆଇ ଟି ଭୁବନେଶ୍ୱରର ଛାତ୍ର ଏବଂ ଛାତ୍ରୀ ସମେଥା, ମମଥା, ସ୍ନେହା, ଅମୃଥ, ଅଭିଷେକ ତାଙ୍କର ଅନୁଭୂତି ବିଷୟରେ କହିଲେ, ଅନ୍ୟ ରାଜ୍ୟର ବାଳକ ବାଳିକା ଭାବରେ ସେମାନେ ଏହି କାରୁକାର‌୍ୟ୍ୟ ଦେଖି ସତରେ ଅତୀବ ଖୁସି ହୋଇଛନ୍ତି। ବିଜେବି କଲେଜରେ ଇତିହାସରେ ଅନର୍ସ ପଢ଼ୁଥିବା ଛାତ୍ରୀ ସାଇସ୍ମିତା ଖୁଣ୍ଟିଆ କହିଲେଯେ ଏକାମ୍ର ପଦଯାତ୍ରା ଇତିହାସ ଛାତ୍ର ଓ ଛାତ୍ରୀଂଙ୍କୁ ଅନେକ ସମ୍ଭାବନର ସୁଯୋଗ ବିଷୟରେ ଉତ୍ସାହିତ କରୁଛି।

ପ୍ରଥମ ପର‌୍ୟ୍ୟାୟରେ ଥିବା ଦଳରେ ସାମିଲ ଥିଲେ ବରିଷ୍ଠ ସାମ୍ବାଦିକ ଶୁଭାଶିଷ ମହାନ୍ତି। ତାଙ୍କ ଅନୁଭୂତି ବିଷୟରେ କହୁ କହୁ କହିଲେ, ମନ୍ଦିର କାରୀକୃତି ସହ ଏଇ ଯେଉଁ ଭାବପୁର୍ଣ ସଙ୍ଗୀତ ଶୁଣିବାକୁ ମିଳିଲା, ମୋର ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଗଲା। ଅପରାହ୍ନରେ କଳାଭୂମୀରେ ଆୟୋଜିତ ଜ୍ଞଙ୍କଗ୍ଦରଙ୍କଜ୍ଞ ପଦଯାତ୍ରାରେ ୪୦ ଜଣ ଭାଗ ନେଇଥିଲେ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top