Twin City

ବିଜେପି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଦିବସରେ ତାଙ୍କୁ ସ୍ମରଣ କରି ବିଜେପି ଭୁବନେଶ୍ୱର ଜିଲ୍ଲା ଆଜି ସକାଳ ୦୯ଟା ସମୟରେ ସ୍ଥାନୀୟ ଗୋପବନ୍ଧୁ ଛକଠାରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ନେତୃତ୍ୱରେ ଉକ୍ରଳମଣିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ତ୍ୟାଗପୂତ ଜୀବନ ଓ ସମାଜସେବା ଆଦର୍ଶକୁ ସଦାସର୍ବଦା ଅନୁକରଣ କରି ଚାଲିଲେ ରାଜ୍ୟ ତଥା ଦେଶ ଉନ୍ନତି ପଥରେ ଯିବାରେ ସହାୟକ ହେବ ବୋଲି ଉପସ୍ଥିତ ନେତୃବୃନ୍ଦମାନେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ନିରଞ୍ଜନ ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ଶୁଶାନ୍ତ ସାବତ, ମଣ୍ଡଳ ସଭାପତି ପ୍ରଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ଭକ୍ତି ସୁମନ ଅର୍ପଣ କରିଥିଲେ ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top