State

ବିଜେପି କୃଷକ ମୋର୍ଚ୍ଚାର ୨ଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରୀୟ ପ୍ରଭାରୀ ଡା. ରାକେଶ ଶର୍ମା

ଆଜି ବିଜେପି କୃଷକ ମୋର୍ଚ୍ଚା ଢେଙ୍କାନାଳ ଲୋକସଭା ପ୍ରଭାରୀ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଦୁଇ ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି କେନ୍ଦ୍ରୀୟ ପ୍ରଭାରୀ ଡା. ରାକେଶ ଶର୍ମା  । ସକାଳେ ଭୁବନ ବାଜିରାଉତ କଲ୍ୟାଣ ମଣ୍ଡପରେ ବିଧାନସଭା ସ୍ତରୀୟ ବୈଠକ ସାରି ଶତାଧିକ ମଟରସାଇକେଲ୍ ର‌୍ୟାଲିରେ କାମାକ୍ଷାନଗର ମହିମାଟୁଙ୍ଗିଠାରେ ପହଂଚି ୫ ହଜାର ଚାଷୀଙ୍କ ସହ ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କଲାପରେ ନବୀନ ପଟ୍ଟନାୟକଙ୍କ ଚାଷୀମାଗଣ ନିତି ବିରୋଧରେ ବର୍ଷିଛନ୍ତି  ଡା. ରାକେଶ ଶର୍ମା । ଏବେ ଏବେ ମାତ୍ର ୮ ଦିନ ପୂର୍ବରୁ ୩୧ ଅକ୍ଟୋବର ଦିନ କାମାକ୍ଷାନଗର କଲ୍ୟାଣ ମଣ୍ଡପଠାରେ କୃଷକ ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ସମୟରେ ଟାଉନ୍ ସାରା ବିଜେପି  ପତାକା ଏବଂ ହୋର୍ଡିଙ୍ଗରେ ଛାଉଣି ହୋଇଯାଇଥିବା ବେଳେ ଆଜି ଭୁବନ ଟାଉନ୍ ମଧ୍ୟ ବିଜେପି  ପତାକା ଏବଂ ହୋର୍ଡିଙ୍ଗରେ ଛାଉଣି ହୋଇଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡିଶା ବିଜେପିକୁ ଦେଇଥିବା ୧୨୦ ମିଶନ ସଫଳ ହେବାରେ ବିଜେପି କୃଷକ ମୋର୍ଚ୍ଚାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଚାଷୀମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କର ଭୁଲ କୃଷି ନିତି ଯୋଗୁଁ ଆଜି ହନ୍ତସନ୍ତ ହେଉଛନ୍ତି । ଉତରପ୍ରଦେଶ ଭଳି ପ୍ରାୟ ସମସ୍ତ ବିଜେପି ଶାସିତ ରାଜ୍ୟରେ କୃଷି ଋଣ ଛାଡ କରାଯାଇଛି ।
 
ଅଥଚ ୧୮ ବର୍ଷ ହେବ ଶାସନରେ ଥିବା ବିଜେଡ଼ି ନେତା ନବୀନ ପଟ୍ଟନାୟକ ଓଡ଼ିଶାରେ କୃଷି ଋଣ ଛାଡ କରି ନ ଥିବାରୁ ଚାଷୀମାନେ ଋଣ ଭାରରେ ହତାଶ ହୋଇ ଆଜି ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି  । ତେଣୁ ଏହି ଚାଷୀ ଆତ୍ମହତ୍ୟାକାରୀ ବିଜେଡ଼ି ଦଳକୁ ରାଜ୍ୟ ସରକାରରୁ ବିତାଡ଼ିତ କରିବା ପାଇଁ ସମସ୍ତ ଚାଷୀ ଏକଜୁଟ ହେବାକୁ କେନ୍ଦ୍ରୀୟ ପ୍ରଭାରୀ ଡା. ରାକେଶ ଶର୍ମା ଆହ୍ୱାନ ଦେଇଛନ୍ତି । ଘେରାଉ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦ୍ୟେଶ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଜରିଆରେ କୃଷିଋଣ ଛାଡ କରିବା, ବିନା ସୁଧରେ କୃଷିଋଣ ଦେବା, ପ୍ରତିଶୃତି ଅନୁଯାୟୀ ବୋନସ୍ ପ୍ରଦାନ କରିବା, କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡି ନଭେମ୍ବର ମାସରୁ ନିୟମିତ ଭାବରେ ଖୋଲିବା ସହିତ ମଣ୍ଡି ଗୁଡିକରେ ଚାଲିଥିବା ଦୁର୍ନିତି ତୁରନ୍ତ ବନ୍ଦ କରିବା, ଟାଙ୍ଗରପଡା ଓ ଅସୁରବନ୍ଧ କ୍ରୋମାଇଟ୍ ମାଇନସରେ ଖଣି ମାଫିଆମାନେ ଚାଷୀଙ୍କ ବିଲ ଉଜାଡି ଘଟାଉଥିବା କ୍ଷୟକ୍ଷତି ରୋକିବା ଏବଂ ଭୁବନ, କାମାକ୍ଷାନଗର, ଜିରାଳ ଏବଂ ବଣସିଂହରେ ଗୋଟିଏ ଲେଖାଁ ଶୀତଳ ଭଣ୍ଡାର ଖୋଲିବା ଆଦି ୭ ଦଫା ସମ୍ବଳିତ ଦାବିିପତ୍ର ପ୍ରଦାନ କରାଯାଇଛି । ଏ ସମସ୍ତ ଦାବିଗୁଡିକୁ ତୁରନ୍ତ ପୁରଣ କରା ନ ଗଲେ ବିଜେପି କୃଷକ ମୋର୍ଚ୍ଚା ଆଗାମୀ ଦିନରେ ଚାଷୀଙ୍କ ହକ୍ ପାଇଁ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀ ସାରା ବ୍ୟାପକ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଇତ୍ୟବସରରେ ଚେତାବନୀ ଦେଇଛି । ଆଜିର କାର୍ଯ୍ୟକ୍ରମ ଗୁଡିକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଜିଲ୍ଲା ସଭାପତି ବିଭୁତି ପ୍ରଧାନଙ୍କ ସମେତ ବିଜେପି ଏବଂ କୃଷକ ମୋର୍ଚ୍ଚାର ଢେଙ୍କାନାଳ ଜିଲ୍ଲା ଏବଂ କାମାକ୍ଷାନଗର ବିଧାନସଭା ସ୍ତରୀୟ ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ ।
Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top