State

ବିଜେଡି ଶାସନରେ ଓଡିଶାରେ ମହିଳା ଅସୁରକ୍ଷିତ: ବିଜେପି

 
ଓଡିଶାରେ ଦୀର୍ଘଦିନ ଧରି ବିଜୁ ଜନତା ଦଳ ସରକାରରେ ଥିବା ସତ୍ୱେ ମହିଳାମାନଙ୍କୁ  ସୁରକ୍ଷା ଦେଇପାରିଲା ନାହିଁ । ପ୍ରତିଦିନ ମହିଳା ଏଠି ଦୁର୍ଷ୍କମରେ ଶିକାର ହେଉଛି । କଠୋର ଆଇନର ବ୍ୟବସ୍ଥା ଥିଲେ ମଧ୍ୟ ଶାସକଦଳର ପୃଷ୍ଠପୋଷକତାରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ଇତିଶ୍ରୀ, ବେବିନା, ମାଧବିଲତା, କୁନ୍ଦୁଳି ପୀଡିତାଠୁ ଆରମ୍ଭ କରି ଏବେ ସ୍ମିତାରାଣୀଙ୍କ ସମେତ ହଜାର ହଜାର ମହିଳାଙ୍କ ମୃତ୍ୟୁ ହେବା ପରେ ବି ସେମାନେ ନ୍ୟାୟ ପାଇବାରୁ ବଂଚିତ ରହିଛନ୍ତି ।  ୨୦୧୭ ବାର୍ଷିକ ଜାତୀୟ କ୍ରାଇମ ରିପୋର୍ଟ ଅନୁଯାୟୀ  ମହିଳାମାନଙ୍କ ବିରୋଧରେ  ଅପରାଧ  ବଢ଼ିଛି ।  ରାଜ୍ୟରେ ୨୦୧୬  ତୁଳନାରେ  ୨୦୧୭ରେ  ଧର୍ଷଣ  ମାମଲା ୯.୭  ପ୍ରତିଶତ ବୃଦ୍ଧି ହୋଇଛି ।  “ମା’ କୁ ସମ୍ମାନ”ର ନାରା ଦେଉଥିବା ଶାସକ ବିଜେଡି କିଭଳି ମହିଳାଙ୍କୁ ସୁରକ୍ଷା ଏବଂ ସମ୍ମାନ ଦେଉଛି ତାହା ଏହି ରିପୋର୍ଟରୁ ଜଣା ପଡୁଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । 
 
ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେଡି ଶାସନରେ ଓଡିଶାରେ ମହିଳା ଅସୁରକ୍ଷିତ ଏବଂ ଅସମ୍ମାନିତ । ୨୦୧୭ ଜାତୀୟ କ୍ରାଇମ ରିପୋର୍ଟ ଅନୁଯାୟୀ ଅନୁଯାୟୀ ଓଡିଶାରେ ମହିଳାଙ୍କ ବିରୁଦ୍ଧରେ କ୍ରାଇମ ୯୪.୫ ପ୍ରତିଶତ ରହିଛି ।  ୨୦୧୫ ମସିହାରେ ମହିଳାଙ୍କ ବିରୋଧରେ ୧୭,୨୦୦ ଅପରାଧିକ ମାମଲା ରୁଜୁ ହୋଇଥିବା ସମୟରେ ୨୦୧୬ରେ ୧୭,୮୩୭ ଏବଂ ୨୦୧୭ରେ ଏହା ବୃଦ୍ଧି ହୋଇ ୨୦, ୦୯୮ରେ ପହଂଚିଛି । ମହିଳାଙ୍କ ବିରୁଦ୍ଧରେ କ୍ରାଇମ ଭାରତରେ ୫.୬ ପ୍ରତିଶତ ସେୟାର ଓଡିଶାର ରହିଛି । ମହିଳାଙ୍କୁ ଅସଦାଚରଣ କରିବାରେ ଓଡିଶାର କ୍ରାଇମ ରେଟ୍ ୨୪.୫ ପ୍ରତିଶତ ରହିଛି । ୫୨୨୦ଟି ମାମଲା ମହିଳା ଅସଦାଚରଣ ପାଇଁ ରୁଜୁ ହୋଇଛି । ମହିଳାମାନଙ୍କୁ ଉଲଗ୍ନ କରିଦେବା  ମାମଲା  ମଧ୍ୟ  ଉଦବେଗଜନକ  ଭାବେ  ବୃଦ୍ଧି  ପାଇଛି ।  ଏହି ମାମଲା ୨୦୧୭ରେ ୧୧.୬  ପ୍ରତିଶତ ବୃଦ୍ଧି ହୋଇଛି । ଭାରତୀୟ ପିଙ୍ଗଲ କୋର୍ଡରେ ମହିଳା ବିରୋଧି କ୍ରାଇମରେ ଓଡିଶା ୩ୟ ସ୍ଥାନରେ ରହିଛି ଏବଂ ୮୨.୪ ପ୍ରତିଶତ ରହିଛି । ଓଡିଶା ସେକ୍ସୁଆଲ ହାଉସମେଂଟରେ ୫.୩ ପ୍ରତିଶତ ସହ ୫ମ ସ୍ଥାନରେ ରହିଛି । ୨୦୧୭ରେ ଓଡିଶାରେ ୨୦୭୦ଟି ଦୁର୍ଷ୍କମ ସହ କ୍ରାଇମ ରେଟ ୯.୭ରେ ରହିଛି । ୬୨.୭ ପ୍ରତିଶତ ଦୁର୍ଷ୍କମ ପୀଡିତା ହେଉଛନ୍ତି ୧୮ ବର୍ଷରୁ କମ୍ । ଯୈାତୁକ ଏବଂ ହତ୍ୟା ମାମଲାରେ ଓଡିଶା ୬ଷ୍ଠ ସ୍ଥାନରେ ରହିଛି । ୨୦୧୭ରେ ୨୭୭୩ ଜଣ ମହିଳାଙ୍କୁ କିଡନାପ କରାଯାଇଛି । ସେହିପରି ରାଜ୍ୟରେ ୨୫୭ ଷ୍ଟକିଙ୍ଗ କେସ୍ ରେଜିଷ୍ଟର ହୋଇଛି । 
 
ଆଜି ଯେଉଁ ଏନ୍ସିଆର୍ବିର ରିପୋର୍ଟ ଆସିଛି, ଏ ରିପୋର୍ଟକୁ ଓଡିଶା ସରକାର ମାନିବେ କି ? ରାଜ୍ୟସରକାର ଯେଉଁ ୫-ଟିର କଥା କହି ଦିନରେ ତିନି ତିନିଟି ଜିଲ୍ଲା ବୁଲୁଛନ୍ତି, ସେ ୫-ଟିର ସଚିବ ଏବଂ ମୁଖ୍ୟମନ୍ତ୍ରୀ ଓଡିଶାର ନାରୀମାନଙ୍କୁ କିପରି ସୁରକ୍ଷିତ ରଖିବେ ସେ ନେଇ କ’ଣ ବ୍ୟବସ୍ଥା ଆପଣାଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି । 
Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top
Back To Top