State

ବିଜେଡି ଇଙ୍ଗିତରେ ନାଚୁଛି କଂଗ୍ରେସ : ବିଜେପି

ବିଧାନସଭାର ଶୀତ ଅଧିବେଶନରେ ରାଜ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନଉଠାଇ ଶାସକ ବିଜେଡି ଓ କଂଗ୍ରେସର ଭିତିରି ବୁଝାମଣାରେ ଗୃହରୁ ନଚଳାଇବା ଏବଂ ଶାସକ ଦଳ ଇଙ୍ଗିତରେ ବିରୋଧୀ ଦଳ ନେତା ପରିଚାଳିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ବିଜେପି ବିଧାୟକ ଶ୍ରୀ ରବି ନାୟକ କହିଛନ୍ତି । ବିଧାନସଭାରେ ମିଳିମିଶି ବିଜେଡି ଓ କଂଗ୍ରେସ ଗୃହକୁ ଅଚଳ କରୁଛନ୍ତି । ବିଜେପି ବିଧାୟକମାନେ ଏହି ପ୍ରସଙ୍ଗକୁ ଗୃହରେ ଉଠାଇଥିଲେ । ରାଜ୍ୟସ୍ୱାର୍ଥକୁ ଅଣଦେଖା କରି ବିରୋଧୀଦଳ ନେତା ଶାସକ ଦଳର ଫାଇଦା ପାଇଁ ଗୃହ ଚଳାଇବାକୁ ଦେଉନାହାଁନ୍ତି । ରାଜ୍ୟ ବିଜେପିର ବିଧାୟକ ମାନେ ରାଜ୍ୟର ସମସ୍ୟାକୁ ଗୃହରେ ଉଠାଉଥିବା ସମୟରେ କଂଗ୍ରେସ ଶାସକ ଦଳକୁ ସାହାଯ୍ୟ କରୁଛିି । ଏହା ଗଣତନ୍ତ୍ରର ହତ୍ୟା । କଂଗ୍ରେସ ବିଜେଡିର ଆଶାବାଡି ସାଜି କାର୍ଯ୍ୟ କରୁଛି । ଏପରିକି ବିରୋଧୀ ଦଳ ନେତା ବିଜେଡିର ଇସାରାରେ ଗୃହରେ ପ୍ରସଙ୍ଗ ଉଠାଉଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

ରାଜ୍ୟରେ ଚାଷୀ ସମସ୍ୟା, ମରୁଡି ପରିସ୍ଥିତି, ଚକଡା ପୋକ, ଭାଗ ଚାଷୀମାନଙ୍କୁ ମାନଙ୍କର ସମସ୍ୟା ଏବଂ ସରକାର ସେମାନଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ ନକରିବା, ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି ନେଇ କୋର୍ଟ ଅଢେଇ ମାସ ଧରି ବନ୍ଦ ରହିବା, ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା, ପିସି କାରବାର ବ୍ୟାପକ ହେବା, ତିତଲିର କ୍ଷୟକ୍ଷତି ଏବଂ ସରକାରଙ୍କ ସଚେତନ ନଥିବାରୁ ୭୦ରୁ ଅଧିକ ଜୀବନ ହାନି ହେବା, ଆମ ଗାଁ ଆମ ବିକାଶରେ ଲୋକଙ୍କୁ ଦିଆଯାଉଥିବା ମିଥ୍ୟା ପ୍ରତିଶୃତି, ବିଜୁ ଯୁବ ବାହିନୀର ଗୁଣ୍ଡାରାଜ, ବିଜୁ ସ୍ୱାସ୍ଥ୍ୟ ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଥିବା ପ୍ରଶ୍ନ, ମେକ୍ ଇନ ଓଡିଶା କନକ୍ଲେଭରେ ଓଡିଆ ଶିଳ୍ପ ଉଦ୍ୟମୀମାନଙ୍କୁ ଅଣଦେଖା କରିବା, ରାଜ୍ୟରେ ବେକାରୀ ଯୁବକ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଇବା , ରାଜ୍ୟସରକାର ନୂଆ ନିଯୁକ୍ତି ସୃଷ୍ଟି ନକରିବା ଭଳି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବ ବୋଲି ରାଜ୍ୟ ବିଜେପି କହିଥିଲା । କିନ୍ତୁ ବିରୋଧୀ କଂଗ୍ରେସର ଏପରି ହୀନ ଋଣନୀତି ଯୋଗୁଁ ଗୃହ ନଚାଲି ପାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ନାୟକ କହିଛନ୍ତି ।

ପୂର୍ବରୁ ୨୦୧୪ ନିର୍ବାଚନ ସମୟରେ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ନିଜ ସ୍ୱାର୍ଥ ପାଇଁ ଶାସକ ବିଜେଡି ସହ ହାତ ମିଶାଇ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ ୨୦୧୯ ନିର୍ବାଚନ ପୂର୍ବରୁ ସେଇ ସମାନ ସ୍ଥ୍ିତି ଉପୁଜିଛି । ବିରୋଧୀ ଦଳ ନେତା ନିଜ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି । ଏହି ଦୁଇ ଦଳର ଭିତିରି ବୁଝାମଣାକୁ ଓଡିଶାବାସୀ ଜାଣିସାରିଲେଣି ଏବଂ ଆଗାମୀ ଦିନରେ ଏହାର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top