Twin City

ବିଏମ୍ସିର ତତ୍ପରତା: ଜବତ ହେଲା ୭୧ କେଜି ପଲିଥିନ୍, ୧୫,୨୦୦ ଜୋରିମାନା

ମହାନଗର ନିଗମାଂଚଳର ବଡ ବଡ ବ୍ୟବସାୟ ପ୍ରତିଷ୍ଠ।।ନ ଏବଂ ମଲ୍ଗୁଡିକୁ ଯାଇ ଭୁବନେଶ୍ୱର ମହାନଗରର କର୍ମଚାରୀ ଏବଂ ସ୍କ୍ୱାର୍ଡ ହଠାତ୍ ଖାନ୍ ତଲିସ୍ ଆରମ୍ଭ କରିଦେଇଛନ୍ତି । ପଂଳରେ ୭୧ କେଜି ପଲିଥିନ୍ ଜବତ ହେବା ସହିତ ୧୫,୨୦୦ ଜୋରିମାନା ଆଦାୟ କରାଯାଇଛି । ଏପରି ଅନେକ ଦିନ ଧରି ଅଭିଯାନ ମାଧ୍ୟମରେ ବିଏମ୍ସିର ତିନୋଟିଯାକ ଜୋନ୍ର ଜୋନାଲ୍ ଡେପୁଟି କମିଶନର ଏବଂ ମୁଖ୍ୟ କାର୍ଯ୍ୟାଳୟର ଏନ୍ପୋଂର୍ସମେଣ୍ଟ ଦାୟୀତ୍ୱରେ ଥିବା ଡେପୁଟି କମିଶନରଙ୍କ ତତ୍ୱାବଧାନରେ ଏହି ଖାନ୍ ତଲାସ ଏବଂ ସଚେତନତା ଚାଲୁ ରହିଛି । ସମୁଦାୟ ୨୫୦ କେଜିର ପଲିଥିନ୍ ଏଯାବତ ଜବତ କରାଯାଇଛି । ଅଜି ସକାଳୁ ମଧ୍ୟ ଖାନ୍ ତଲାସ କାର୍ଯ୍ୟ ଆରମ୍ଭ ହୋଇଛି ।

ଦକ୍ଷିଣ ପୂର୍ବ ଜୋନ୍ର ଜଏଣ୍ଟ କମିଶନର ବିମଳେନ୍ଦୁ ରାଏଙ୍କ ନେତୃତ୍ୱରେ ପୋଂରମ୍ ମାର୍ଟ, ସତ୍ୟନଗର ଏବଂ ଭବାନୀ ମଲ୍ ଇତ୍ୟାଦିକୁ ପରିଦର୍ଶନ କରି ଖାନ୍ ତଲିସ କରାଯାଇଛି । ଏହା ସାଙ୍ଗକୁ ୬୦୦୦ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ପୋଂରମ୍ ମାର୍ଟ, ବିଗ୍ ବଜାର ସାଙ୍ଗକୁ ଅନ୍ୟ •ରୋଟି ପ୍ରତିଷ୍ଠାନର ଯାଇ ଖାନ୍ ତଲାସି କରାଯିବା ବେଳେ ଭବାନୀ ମଲ୍ ରେ ଥିବା ଚାରୋଟି ପ୍ରତିଷ୍ଠାନକୁ ଯାଇ ଖାନ୍ ତଲାସ୍ କରାଯାଇଥିଲା ।  

ଉତର ମଂଡଳର ଏନ୍ପୋଂର୍ସମେଣ୍ଟ ସ୍କ୍ୱାର୍ଡ, ପାଲ୍ ହାଇଟ୍, ସିଟି ପାଂର୍ମାସି, ଅଙ୍ଗନ ହେରିଟେଜ୍, ବିଗ୍ବଜାର (ପଟିଆ) ଇତ୍ୟାଦି କୁ ଯାଇ ତନଖି ଦେଖିବା ସହିତ ତୃଟି ନାମନ୍ତେ ଟ ୨୦୦.୦୦ ଟଙ୍କାର ଜୋରିମାନା ଆଦାୟ କରିଛନ୍ତି । ପ୍ରାୟ ୨ କେଜିରୁ ଅଧିକ ଓଜନର ପଲିଥିନ୍ ଜବତ କରାଯାଇଛି । ତେବେ ଉତର ମଂଡଳର ଖାନ୍ ତଲିସ୍ ଜୋନାଲ୍ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ନେତୃତ୍ୱରେ କରାଯାଇଥିଲା ।

ଦକ୍ଷିଣ ପଶ୍ଚିମ ଜୋନ୍ର ଏନ୍ପୋଂର୍ସମେଣ୍ଟ ଟିମ୍ ବିଗ୍ବଜାର ଏବଂ ଲି-୨ (କ୍ରିଷ୍ଣା ଟାୱାର ଓ ଇସ୍କନ୍ ମନ୍ଦିର ନିକଟରେ ଅବସ୍ଥିତ), ଖଂଡଗିରି ନିକଟ ଦ ୱାର୍ଲଡ, ଶାସ୍ତ୍ରୀ ନଗର ଓ ପ୍ରିୟଦର୍ଶନୀ ମାର୍କେଟ ଅଂଚଳ, ସିଆର୍ପି ଛକ ନିକଟ ଇତ୍ୟାଦିକୁ ଯାଇଥିଲେ । ଖାନ୍ ତଲାସ୍ ବେଳେ ୫ କେଜି ପଲିଥିନ୍ ଜବତ କରାଯାଇଥିଲା । ଏହି ଅଭିଯାନର କାର୍ଯ୍ୟଗୁଡିକ ମଂଡଳ ଡେପୁଟି କମିଶନର୍ ଲଲାଟେନ୍ଦୁ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଏହି ପ୍ରଚାର ଓ ସଚେତନତା ଯୁକ୍ତ ଖାନ୍ ତଲାସ୍ ଚାଲୁ ରହିବ । ରାଜ୍ୟ ସରକାର ଅନେକ ସ୍ଥାନରେ ୨ରୁ ଆରମ୍ଭ କରିବା ନିୟନ୍ତ୍ରିତ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଜନିତ ନୀତି ୨ ଅକ୍ଟୋବରରୁ ଆରମ୍ଭ ହୋଇଛି । ଏ ମଧ୍ୟରେ ଦକ୍ଷିଣ ପୂର୍ବ ଜୋନ୍ ମାଧ୍ୟମରେ ବାପୁଜିନଗରର ୯ଟି ଦୋକାନ ମାଲିକଙ୍କ ଠାରୁ ଜଣକୁ ୨୫୦ ଲେଖାଏଁ ଆଦାୟ କରାଯାଇଛି । ନିଜ ଦୋକାନ ଆଗରେ ଡଷ୍ଟବିନ୍ ପକାଇ ନଥିବା ହେତୁ ଏହି ଜୋରିମାନା ନିଆଯାଇଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top