Sports

ବାହା ହେବେ ସାଇନା

ଭାରତର ଦୁଇ ଯୁବ ବ୍ୟାଡ୍ମିଂଟନ୍ ତାରକା ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମହିଳା ଖେଳାଳି ସାଇନା ନେହ୍ୱାଲ୍ ଓ ପୁରୁଷ ଖେଳାଳି ପରୁପଲ୍ଲୀ କାଶ୍ୟପ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି । ୨୦୦୭ ମସିହା ଠାରୁ ସାଇନା ଓ କାଶ୍ୟପଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା । ଉଭୟ ଟ୍ରେନିଂ ନେବା ଓ ବିଦେଶ ଗସ୍ତ ଏକାଠି କରୁଥିଲେ । ପରେ ପରସ୍ପରକୁ ପସନ୍ଦ କରିଥିଲେ ।

ଏ ସମ୍ପର୍କରେ ପୂର୍ବରୁ ସେମାନେ କୌଣସି ତଥ୍ୟ ଦେଇ ନଥିଲେ । ଏବେ ସେମାନେ ଆସନ୍ତା ଡିସେମ୍ବର ୧୬ ତାରିଖରେ ବିବାହ କରିବେ ବୋଲି ସ୍ଥିର କରିଛନ୍ତି । ବିବାହ ପରେ ସାଇନା ଡିସେମ୍ବର ୨୦ ତାରିଖରୁ ପ୍ରିମିୟର୍ ବ୍ୟାଡ୍ମିଂଟନ୍ ଲିଗ୍ରେ ବ୍ୟସ୍ତ ରହିବେ ବୋଲି କହିଛନ୍ତି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top