National International

ବାହାରେ ମଳତ୍ୟାଗ କରିବାରୁ ଜଣେ ୪୫ ବୟସ ବୟସ୍କ ବ୍ୟକ୍ତିଙ୍କର ଯାଇଛି ଜୀବନ

ବାହାରେ ମଳତ୍ୟାଗ କରିବାରୁ ଜଣେ ୪୫ ବର୍ଷ ବୟସ୍କର ଯାଇଛି ଜୀବନ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେବି ଘଟଣାଟି ସତ୍ୟ । ଗତ ୮ ତାରିଖ ଗୁରବାର ଦିନ ଝାଡଖଣ୍ଡର ପାଲାମୁ ଜିଲ୍ଲା ସ୍ଥିତ ଶୁକ୍ରାବଜାର ଅଚଂଳରେ ଜଣେ ୪୫ ବର୍ଷ ବୟସ୍କ ବାହାରେ ମଳତ୍ୟାଗ କରିବାରୁ ପଡୋଶୀ ମାନେ ତାର ଗଳା ଚିପି ହତ୍ୟା କରିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ମୃତକ ମ୍ୟାନେଜର ରାମ (୪୫) ଗୁରବାର ଦିନ ବାହାରେ ମଳତ୍ୟାଗ କରିବାରୁ ତାଙ୍କ ପଡୋଶୀ ଛୋଟୁ କୁମାର ଆପତି କରିଥିଲେ ।

ଆପତ୍ତି ସ୍ୱତେ ଦୁହିଁଙ୍କ ଭିତରେ ବିବାଦ ହୋଇଥିଲା । ପରେ କୁମାର ନିଜ ଦୁଇଭାଇ ସଂଜୟ ଓ ମହେନ୍ଦର ଏବଂ ସାଥିରେ ସେମାନଙ୍କର ମାଆ ବିଜଲୀ ଦେବୀ ରାମ ଘରକୁ ଆସି ରାମକୁ ଆକ୍ରମଣ କରିଥିଲେ । ଛୋଟୁ କୁମାରର ଦୁଇ ଭାଇ ରାମକୁ ତଳେ ପକାଇ ମାଡି ବସିଥିଲେ ଏବଂ ଅନ୍ୟ ଜଣେ ରାମର ଗଳାକୁ ଚିପି ହତ୍ୟା କରିଥିଲେ । ଏହି ଘଟଣାରେ ଦୁଇଭାଇ ମହେନ୍ଦର ଓ ଛୋଟୁ କୁମାର ଏବଂ ମାଆ ବିଜଲୀ ଦେବି ସହିତ ବାପା ବିଫାନଙ୍କୁ ଗିରଫ କରାଯାଇଛି ଏବଂ ସଂଜୟ ଫେରାର ହୋଇଯାଇଛି ବୋଲି ପୁଲିସ କହିଛି ।

Click to comment

Latest Odisha News is an Odisha based English News portal. It provides latest information on happenings of state.

Copyright © 2018 All rights reserved to Latest Odisha News.

To Top